ଝିଅଙ୍କୁ ଭଲ ବ୍ୟବହାର ପାଇଁ ପୁଅଙ୍କୁ ଦିଆଯିବ ଶପଥ

ଝିଅଙ୍କୁ ଭଲ ବ୍ୟବହାର ପାଇଁ ପୁଅଙ୍କୁ ଦିଆଯିବ ଶପଥ

ଝିଅଙ୍କୁ ଭଲ ବ୍ୟବହାର ପାଇଁ ପୁଅଙ୍କୁ ଦିଆଯିବ ଶପଥ
ନୂଆଦିଲ୍ଲୀ - ମହିଳାଙ୍କ ବିରୋଧରେ ଅପରାଧ ଘଟଣା ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ଦିଲ୍ଲୀ ସରକାର ଏବେ ଏକ ନୂଆ ଯୋଜନା କରିଛନ୍ତି । ତଦନୁଯାୟୀ ଦିଲ୍ଲୀର ସମସ୍ତ ସ୍କୁଲରେ ପୁଅ ପିଲାଙ୍କୁ ଏବେ ଶପଥ ନେବାକୁ କୁହାଯିବ । ସେମାନେ ଶପଥ କରିବେ କି ସବୁବେଳେ ଝିଅମାନଙ୍କ ସହିତ ଭଲ ବ୍ୟବହାର କରିବେ ଏବଂ ମହିଳାଙ୍କ ବିରୋଧରେ କୌଣସି ପ୍ରକାର ଅପରାଧିକ ଘଟଣାରେ ସାମିଲ ହେବେ ନାହିଁ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ଏହି ଘୋଷଣା କରିଛନ୍ତି ।