ଝାଡ଼ାବାନ୍ତି: ୩୫ ଛାତ୍ର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି
ଝାଡ଼ାବାନ୍ତି: ୩୫ ଛାତ୍ର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି
ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଡୁମ୍ବୁରିନେଲି ସଦର ପଞ୍ଚାୟତରେ ରହିଥିବା ଦଣ୍ଡାପୋଡା କେବିକେ ଛାତ୍ର ନିବାସର ୩୫ ଛାତ୍ର ଝାଡ଼ାବାନ୍ତି ଆକ୍ରାନ୍ତ। ଗୁରୁବାର ରାତିରେ ହଷ୍ଟେଲ ଛାତ୍ରମାନେ ଖାଇପିଇ ଶୋଇଥିବା ବେଳେ ଆଜି ସକାଳୁ ଝାଡ଼ାବାନ୍ତିର ଶିକାର ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ବିଷମ କଟକ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟାରେ କେବିକି ହଷ୍ଟେଲର ଛାତ୍ରମାନେ ସ୍କୁଲ ପରିସରରେ ରହିଥିବା ପଣସ ଗଛରୁ ପଣସ ବାହାର କରି ଖାଇଥିଲେ। ଆଜି ସକାଳୁ ଛାତ୍ରମାନେ ଝାଡ଼ାବାନ୍ତିର ଶିକାର ହୋଇଛନ୍ତି। ଫଳରେ ସେମାନଙ୍କୁ ୨ ଟି ଆମ୍ବୁଲେନ୍ସ ଯୋଗ ବିଷମ କଟକ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇବା ସହ ସେମାନଙ୍କ ଚିକିତ୍ସା ଚାଲିଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ବର୍ତ୍ତମାନ ସମସ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।




admin 