ଜ୍ୟୋତିଙ୍କ କାହାଣୀକୁ ନେଇ ତିଆରୀ ହେବ ଫିଲ୍ମ “ସାଇକେଲ ଗର୍ଲ” ।
ଜ୍ୟୋତିଙ୍କ କାହାଣୀକୁ ନେଇ ତିଆରୀ ହେବ ଫିଲ୍ମ “ସାଇକେଲ ଗର୍ଲ” ।
admin
May 28, 2020 - 06:40
Updated: May 28, 2020 - 06:40
ଲକଡାଉନରେ ନିଜର ସାହସିକତା ଦେଖାଇ ନିଜ ଅସୁସ୍ଥ ବାପାଙ୍କୁ ସାଇକେଲରେ ୧୨ଶହ କିଲୋମିଟର ଯାତ୍ରା କରିଥିଲେ ୧୫ ବର୍ଷର ନାବାଳିକା ଜ୍ୟୋତି । ସେ ଗୁରୁଗ୍ରାମ ଦରଭଙ୍ଗାରୁ ସାଇକେଲ ଯୋଗେ ବିହାରକୁ ଫେରିଥିଲେ । ଯାହାକୁ ନେଇ ସେ ବେଶ୍ ଚର୍ଚ୍ଚାରେ ମଧ୍ୟ ରହିଥିଲେ । ୭ ଦିନରେ ୧୨ ଶହ କିଲୋମିଟର ଯାତ୍ରା କରିଥିବା ଜ୍ୟୋତି କୁମାରୀଙ୍କୁ ଏକ ଅପୂର୍ବ ସୁଯୋଗ ଦେଇଥିଲା ସାଇକେଲିଂ ଫେଡେରେସନ। ଏହାସହିତ ଏବେ ତାଙ୍କୁ ଆଉ ଏକ ସୁଯୋଗ ଆସିଛି । ଜ୍ୟୋତିଙ୍କ ଜୀବନୀକୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଚିନ୍ତା କରିଛନ୍ତି ନିର୍ଦ୍ଦେଶକ ।
ଫିଲ୍ମ ନିର୍ଦ୍ଦେଶକ ବିନୋଦ କାପଡି ଜ୍ୟୋତିଙ୍କ ଜୀବନୀ ଉପରେ ଫିଲ୍ମ କରାଯିବ ନେଇ ଘୋଷଣା କରିଛନ୍ତି । ବିନୋଦ ଆହୁରୀ କହିଛନ୍ତି ଯେ, ଜ୍ୟୋତି ଲକ୍ଷ ଲକ୍ଷ ଝିଅଙ୍କ ପାଇଁ ଆଜି ପ୍ରେରଣା ପାଲଟି ଯାଇଛନ୍ତି । ଏହା ଭିତରେ ତାଙ୍କ ଉପରେ ଫିଲ୍ମ କରିବା ଆବଶ୍ୟକ।
୧୨ ଶହ କିଲୋମିଟର ସାଇକେଲ ଯାତ୍ରା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଟ୍ୱିଟ୍ ମାଧ୍ୟମରେ ଜ୍ୟୋତିଙ୍କୁ ପ୍ରଶଂସା କରିଥିଲେ। ଜ୍ୟୋତି କହିଥିଲେ କି ସେ ବାପାଙ୍କୁ ସାଇକେଲରେ ବସାଇ ୧୦ ମେ’ରେ ଗୁରୁଗ୍ରାମରୁ ବାହାରି ଶନିବାର ୧୬ ତାରିଖ ସନ୍ଧ୍ୟାରେ ଘରେ ପହଁଚିଥିଲେ । ଏହି ସମୟରେ ତାଙ୍କୁ ବହୁତ କିଛି ସମସ୍ୟାର ସମ୍ମୁଖୀନର ସାମନା କରିବାକୁ ପଡ଼ିଥିଲା ଏବଂ କିଛି ଲୋକ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ ।