ଜ୍ୟାକଲିନଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟର ସମନ

ଜ୍ୟାକଲିନଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟର ସମନ

ଜ୍ୟାକଲିନଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟର ସମନ

ମୁମ୍ବାଇ: ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ତଥା ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢିବାରେ ଲାଗିଛି । ଛକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ  ଜ୍ୟାକଲିନଙ୍କୁ ସମନ ଜାରି କରିଛି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ସେଥିରେ ତାଙ୍କୁ ସେପ୍ଟେମ୍ବର ୨୬ରେ ହାଜର ହେବାକୁ କୁହାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରେ ଏବେ ଦିଲ୍ଲୀ ପୋଲିସ ମଧ୍ୟ ତାଙ୍କୁ ଜେରା କରିବ ।

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା । ଇଡି ଚାର୍ଜସିଟରେ ଦର୍ଶାଇଥିଲା ଯେ, ଠକ ସୁକେଶ ଚନ୍ଦ୍ରଶେଖରର ଟଙ୍କା ଅସୁଲି କରୁଥିବା ଜ୍ୟାକଲିନ ଜାଣିଥିଲେ । ମୁଖ୍ୟ ସାକ୍ଷୀ ଓ ଅଭିଯୁକ୍ତ ବୟାନରୁ ଜ୍ୟାକଲିନ ଲଗାତାର ସୁକେଶଙ୍କ ସହ ଯୋଗାଯୋଗ ରଖିଥିବା ଜଣାପଡିଥିଲା । ସୁକେଶ ମଧ୍ୟ ଜ୍ୟାକଲିନଙ୍କୁ ଦାମୀ ଉପହାର ଦେଇଥିବା ସ୍ବୀକାର କରିଥିଲା । ଇଡି ଚାର୍ଜସିଟ ପରେ କୋର୍ଟ ଜ୍ୟାକଲିନଙ୍କ ବିରୋଧରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେପଟେ ଦିଲ୍ଲୀ ପୋଲିସ ପକ୍ଷରୁ ମଧ୍ୟ ଜ୍ୟାକଲିନଙ୍କୁ ନୋଟିସ୍‌ କରିଛି । ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ତାଙ୍କୁ ପଚରାଉଚରା କରିବ ଦିଲ୍ଲୀ ପୋଲିସ ।ଠକ ସୁକେଶ ଚନ୍ଦ୍ରଶେଖର ବେଆଇନ ଅର୍ଥ କାରବାର ସହ ଜ୍ୟାକଲିନଙ୍କ ସମ୍ପର୍କରେ ଏକ ନୂଆ ତଥ୍ୟର ଖୁଲାସା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜ୍ୟାକଲିନଙ୍କ ପ୍ରେମରେ ପଡି ସୁକେଶ ଶ୍ରୀଲଙ୍କା ଓ ବାହରିନରେ ଜ୍ୟାକଲିନଙ୍କ ପାଇଁ ଘର କିଣିିଥିବା ଇଡି ସୂଚନା ଦେଇଛି । ଏହି ସମ୍ପତ୍ତି କିଣିବା ନେଇ ସୁକେଶ ତା ସହଯୋଗୀ ପିଙ୍କି ଇରାନୀଙ୍କୁ ଜଣାଇଥିଲା । ଏହାପୂର୍ବରୁ ମଧ୍ୟ ଜ୍ୟାକଲିନ ସୁକେଶଠୁ ବହୁ ଦାମୀ ଉପହାର ନେଇଥିବା କହିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ଅଗଷ୍ଟ ୨୬ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଖରୁ ୭.୨୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । ଜବତ ସମ୍ପତ୍ତିରେ ୭.୧୨ କୋଟି ଟଙ୍କା ମୂଲ୍ୟର ଫିକ୍ସଡ ଡିପାଜିଟ୍‌ ଅନ୍ତର୍ଭୁକ୍ତ ରହିଥିଲା