ଜୋବ୍ରା ଆନିକଟରେ ହାତୀର ମୃତଦେହ
ଜୋବ୍ରା ଆନିକଟରେ ହାତୀର ମୃତଦେହ
କଟକ: ଚୌଦ୍ୱାର ଦେଇ ଜଗତପୁର ଅଞ୍ଚଳକୁ ହାତୀପଲ ଚାଲି ଆସି ଉତ୍ପାତ ରଚିଥିବା ବେଳେ ଜୋବ୍ରା ଆନିକଟରେ ଏକ ହାତୀର ମୃତଦେହ ଲାଗି ରହିଛି। ହାତୀପଲ ମହାନଦୀ ପାର୍ ହେଉଥିବା ବେଳେ ଏକ ହାତୀ ଭାସି ଯାଇ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ହାତୀ ମୃତଦେହ ଉଦ୍ଧାର ପାଇଁ ଆଜି ସକାଳେ କଟକ ଏସିଏଫ ବିଜୟ କୁମାର ପରିଡ଼ା ଓ ବିଭାଗୀୟ ଅଧିକାରୀ ଜୋବ୍ରା ବ୍ରିଜ ଉପରେ ପହଞ୍ଚିଥିଲେ। ଯୋବ୍ରା ବ୍ୟାରେଜର ୧୭ ନଂ ଗେଟରେ ଏକ ହାତୀର ମୃତଦେହ ଚାପି ହୋଇରହିଥିଲା ।
ଏହାପରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ୨ଟି ଡଙ୍ଗା ସାହାଯ୍ୟରେ ହାତୀର ମୃତଦେହକୁ ବାନ୍ଧି କୂଳକୁ ଅଣାଯାଇଛି।




admin 