ଜେଇଇ ଟପ୍ପର ହେଲା ବାପ-ମା’ଙ୍କ ଅଲୋଡା ଝିଅ

ଜେଇଇ ଟପ୍ପର ହେଲା ବାପ-ମା’ଙ୍କ ଅଲୋଡା ଝିଅ

ଜେଇଇ ଟପ୍ପର ହେଲା ବାପ-ମା’ଙ୍କ ଅଲୋଡା ଝିଅ
ରୋହତକ - ଝିଅ କେବେ ବି ଅଲୋଡ଼ା ନୁହେଁ । ପୁରୁଷ ପ୍ରାଧାନ୍ୟ ସମାଜରେ ସେ ବି ନିଜ ଶ୍ରେଷ୍ଠତ୍ୱ ପ୍ରମାଣ କରିପାରେ । ଏହାକୁ ଏବେ ପ୍ରମାଣିତ କରି ଦେଖାଇଛନ୍ତି ହରିୟାଣାର ରୋହତକ ଜିଲ୍ଲା ଅନ୍ତର୍ଗତ ହସନଗଡ଼ ଗାଁର ଝିଅ ସିମରନ । ସେ ଜେଇଇ ମେନରେ ୯୯.୪୭ ପ୍ରତିଶନ ନମ୍ବର ରଖି ରାଜ୍ୟରେ ଟପ୍ପର ହୋଇଛନ୍ତି । କିନ୍ତୁ ସମସ୍ତେ ଜାରିଲେ ଆଶ୍ଚର୍ଯ୍ୟ ହେବେ ଯେ ସିମରନ ତାଙ୍କ ମାଆଙ୍କ ଗର୍ଭରେ ଥିଲା ବେଳେ ତାଙ୍କ ପିତା ଶ୍ରୀନିବାସ ଗର୍ଭପାତ କରାଇବା ପାଇଁ ମାଆଙ୍କ ଉପରେ ଚାପ ପକାଇଥିଲେ । ତାଙ୍କ ପିତାମାତାଙ୍କର ପୂର୍ବରୁ ଦୁଇଟି ଝିଅ ଥିଲା । ତେଣୁ ସେମାନେ ଆଉ ଗୋଟିଏ ଝିଅ ଚାହୁଁନଥିଲେ । ଏହି କାରଣରୁ ତୃତୀୟ ସନ୍ତାନ ମଧ୍ୟ ଝିଅ ହେବ ବୋଲି ଜାଣିବା ପରେ ଶ୍ରୀନିବାସ ପତ୍ନୀଙ୍କର ଗର୍ଭପାତ କରାଇବାକୁ ଚାହିଁଥିଲେ । କିନ୍ତୁ ସୌଭାଗ୍ୟବଶତଃ ତାଙ୍କ ପତ୍ନୀଙ୍କର ଗର୍ଭପାତ ହୋଇପାରିନଥିଲା । ଏବଂ ସେ କିଛି ମାସ ପରେ ସିମରନକୁ ଜନ୍ମ ଦେଇଥିଲେ । ଏବେ ଝିଅର ସଫଳତା ଦେଖି ଶ୍ରୀନିବାସ ଭାବ ବିହ୍ୱଳ ହୋଇଯାଉଛନ୍ତି । ସେ ନିଜେ ହିଁ ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ପିଲାଟି ଦିନୁ ବେଶ୍ ଭଲ ପାଠ ପଢ଼ୁଥିବା ସିମରନ ହରିୟାଣା ସରକାରଙ୍କ ସୁପର ୧୦୦ ସ୍କିମ ଅଧୀନରେ ଜେଇଇ ପରୀକ୍ଷା ପାଇଁ ତାଲିମ ନେଇଥିଲେ । ସେ ଏବେ ଆଇଆଇଟିରେ କମ୍ପୁ୍ୟଟର ସାଇନ୍ସ ପାଠ୍ୟକ୍ରମରେ ଅଧ୍ୟୟନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।