ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୪ରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ୟ୍ୟକାଳ। ଏହା ପୂର୍ବରୁ ଘୋଷଣା ହୋଇଛି ରାଷ୍ଟ୍ରପତି ନିର୍ବାଚନ ତାରିଖ। ଆସନ୍ତା ଜୁଲାଇ ୧୮ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ। ଆଜି ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଜୁଲାଇ ୨୫ରେ ନବନିର୍ବାଚିତ ରାଷ୍ଟ୍ରପତି ଶପଥ ନେବେ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ ୨୯ ପର୍ୟ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥି। ଜୁନ ୩୦ରେ ନାମାଙ୍କନ ଯାଞ୍ଚ ହେବ। ଜୁଲାଇ ୨ ପର୍ୟ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ। ଜୁଲାଇ ୨୧ରେ ଭୋଟ ଗଣତି ହେବ। ଜୁଲାଇ ୨୪ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ଓ ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ବୋଲି ମୁଖ୍ୟ ନର୍ବାଚନ କମିଶନ କହିଛନ୍ତି।

ଜଣେ ପ୍ରାର୍ଥୀଙ୍କୁ ପ୍ରାର୍ଥିପତ୍ର ସହ ୫୦ ଜଣ ପ୍ରସ୍ତାବକ ଦେବାକୁ ପଡ଼ିବ। ୫୦ ପ୍ରସ୍ତାବକ ଓ ୫୦ ସମର୍ଥକ ଦେଇ ନାମାଙ୍କନ କରିବାକୁ ପଡ଼ିବ। ସାଂସଦ ମାନେ ସଂସଦରେ, ବିଧାୟକମାନେ ବିଧାନସଭାରେ ଭୋଟଦେବେ। ୪୦୩୩ ବିଧାୟକ ଏହି ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବେ। ମୋଟ ୪୮୦୯ ଜଣ ଭୋଟର ବାଛିବେ ଦେଶର ଆଗାମୀ ରାଷ୍ଟ୍ରପତି। ଏହି ଭୋଟିଂ ଗୋପନୀୟ ରହିବ।

ଭୋଟ ଦେବା ପାଇଁ ଆୟୋଗ ତାଙ୍କ ତରଫରୁ ପାନ୍ ପ୍ରଦାନ କରିବେ। ଅନ୍ୟ ପେନ୍ର ବ୍ୟବହାର କରିଥିଲେ, ଭୋଟ୍ ଗଣିବା ସମୟରେ ଉକ୍ତ ଭୋଟ୍ ଅବୈଧ ଘୋଷିତ ହେବ। ସମସ୍ତ ଦଳ ନିଜ ନିଜ ସଦସ୍ୟଙ୍କ ପାଇଁ କୌଣସି ହ୍ୱିପ କରିପାରିବେ ନାହିଁ ବୋଲି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଘୋଷଣା କରିଛନ୍ତି।

ଦେଶର ସାଂସଦ ଓ ବିଧାୟକମାନଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି। ଏହି ଇଲେକ୍ଟୋରାଲ କଲେଜରେ ୭୭୬ ଜଣ ସାଂସଦ ଏବଂ ସମସ୍ତ ରାଜ୍ୟ ବିଧାନସଭାର ସଦସ୍ୟ ଅନ୍ତର୍ଭୁକ୍ତ।