ଜୀବନ ନେଲା ଅନ୍ଧବିଶ୍ୱାସ
ଜୀବନ ନେଲା ଅନ୍ଧବିଶ୍ୱାସ
କରଞ୍ଜିଆ: କମିନି ଅନ୍ଧବିଶ୍ୱାସର ଜ୍ୱାଳା । ଜଳିଯାଉଛନ୍ତି ସାଧାରଣ ଜନତା । ଡ଼ାହାଣୀ ସନ୍ଦେହରେ ବଳି ପଡ଼ିଛି ନିରିହ ବୃଦ୍ଧାଙ୍କ ଜୀବନ । ଏପରି ଏକ ଅମାନବୀୟ କାଣ୍ଡ ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମପଞ୍ଚାୟତ ଅଧିନ ବଉଳା ଗ୍ରାମରେ ଘଟିଛି। ଡାହାଣୀ ସନ୍ଦେହରେ କିଛି ଗ୍ରାମବାସୀ ଜୟରାମ ପୂର୍ତ୍ତୀଙ୍କ ପତ୍ନୀ ସୁନେଇ ନାମ୍ନୀ ବୃଦ୍ଧାଙ୍କ ମୁଣ୍ଡକୁ ଛେଚି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଘଟଣାରେ ପୁଲିସ୍ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୁକ୍ତମାନେ ହେଲେ ଝରଝରି ଗ୍ରାମର ମାନକୀ ମୁଣ୍ଡୁରୀ,କାଣ୍ଡେ ହେମ୍ବ୍ରମ ଏବଂ ଜଣେ ନାବାଳକ। ବୃଦ୍ଧାଙ୍କୁ ଏକ ଟାଙ୍ଗିଆରେ ଛେଚି ହତ୍ୟା କରିଥିବା ସେମାନେ ପୁଲିସ୍ ଆଗରେ ସ୍ୱୀକାର କରିଛନ୍ତି ।




admin 