ଜାନୁଆରୀରେ ଭାରତରେ ବଢିବ କରୋନା ସଂକ୍ରମଣ
ଜାନୁଆରୀରେ ଭାରତରେ ବଢିବ କରୋନା ସଂକ୍ରମଣ
ନୂଆଦିଲ୍ଲୀ: ଚୀନ୍ ସମେତ ଅନ୍ୟ କେତେକ ଦେଶରେ କରୋନା ସଂକ୍ରମଣ ପୁନର୍ବାର ବୃଦ୍ଧି ପାଉଥିବା ବେଳେ ଭାରତ ନିମନ୍ତେ ଆଗାମୀ ୪୦ଦିନ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ମତ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ। ଜାନୁଆରୀରେ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଥିବା ସ୍ବାସ୍ଥ୍ୟ ବିଭାଗର ଜନୈକ ଅଧିକାରୀ ମତ ଦେଇଛନ୍ତି। ନିଜ ପ୍ରତିକ୍ରିୟାରେ ସ୍ବାସ୍ଥ୍ୟ ଅଧିକାରୀଜଣକ କହିଥିଲେ ଅତୀତକୁ ଦୃଷ୍ଟି ଦେଲେ ପୂର୍ବ ଏସିଆରେ ଯେତେବେଳେ ନୂଆ କରୋନା ପ୍ରଜାତି ବାହାରିଛି ତାହାର ୩୦ରୁ ୩୫ ଦିନ ପରେ ଭାରତରେ ସଂକ୍ରମଣ ବୃଦ୍ଧି ପାଇବାର ନଜିର ରହିଛି।
ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ ଯେଉଁ ନୂଆ ପ୍ରଜାତି ଦେଖା ଦେଇଛି ତାହାର ପ୍ରଭାବ ଜାନୁଆରୀରେ ପଡ଼ିବାର ସମ୍ଭାବନା ରହିଛି। ତେବେ କରୋନା ସଂକ୍ରମଣ ଭାରତରେ ଏତେଟା ଘାତକ ହେବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ଅନ୍ୟପକ୍ଷରେ ଚୀନ୍, ଦକ୍ଷିଣ କୋରିଆ ଆଦି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ କୁହାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।




admin 