ଜାଣନ୍ତୁ ଚାହା ପତି କି କି କାମରେ ଆସିଥାଏ ।
ଜାଣନ୍ତୁ ଚାହା ପତି କି କି କାମରେ ଆସିଥାଏ ।
admin
Feb 24, 2020 - 10:20
Updated: Feb 24, 2020 - 10:20
ପ୍ରାୟ ପ୍ରତ୍ୟେକଙ୍କ ଘରେ ଚା’ ହୋଇଥାଏ । ତେବେ ଚା’ପତିକୁ ଛାଣିବା ପରେ ଅନେକ ଏହାକୁ ଖତ ଭାବେ ବ୍ୟବହାର କରନ୍ତି । ନଚେତ ଫିଙ୍ଗି ଦିଅନ୍ତି । ଏହାକୁ ନ ଫିଙ୍ଗି ଏପରି କାମରେ ବି ବ୍ୟବହାର କରିପାରିବେ ।
ବଳକା ଚା’ପତି ଖୁବ ଭଲ ଖତ ଭାବେ କାମ କରିଥାଏ । ସାରା ଦିନର ଚା’ପତିକୁ ଏକାଠି କରି ଗଛରେ ଦେଲେ ଗଛ ଖୁବ ହୃଷ୍ଟପୁଷ୍ଟ ଏବଂ ସବୁଜ ଦିଶେ ।
ଛାଣିଲା ପରେ ବାହାରିଥିବା ଚା’ପତିକୁ ପୁଣି ପାଣିରେ ଫୁଟାଇ ଏହି ପାଣିକୁ ଏକ ସ୍ପ୍ରେ ବୋତଲରେ ରଖିବେ । କାଚ ଜିନିଷ ସଫା କରିବାରେ ଏହା ଖୁବ ସୁଫଳ ଦିଏ ।
କାଚ ସହିତ କାଠର ଆସବାବ ପତ୍ର ସଫା କରିବାରେ ମଧ୍ୟ ଚା’ପତି ଫୁଟା ପାଣି ଉପକାରୀ । ସପ୍ତାହକୁ ଥରେ ଏହି ପାଣିରେ ଘରର ସମସ୍ତ କାଠ ଆସବାବ ପତ୍ର ସଫା କରନ୍ତୁ । ଏଗୁଡ଼ିକ ଉଜ୍ଜ୍ୱଳ ଦିଶିବ ।
ଗ୍ରୀନ ଟି ପିଇବାକୁ ପସନ୍ଦ କରୁଥିଲେ ଏହି ଟି ବ୍ୟାଗ ବ୍ୟବହାର ପରେ ଫିଙ୍ଗନ୍ତୁ ନାହିଁ । ରାତିରେ ଶୋଇବା ବେଳକୁ ଏହାକୁ ହାଲକା ଓଦା କରି ଆଖି ପତା ଉପରେ ରଖନ୍ତୁ । ୫-୧୦ ମିନିଟ ପରେ ବାହାର କରିଦେବେ । ସପ୍ତାହକୁ ୩-୪ ଥର ଏପରି କଲେ ଆଖି ଚାରିପଟେ ଥିବା କଳା ଦାଗ ଦୂରେଇ ଯିବ ।
ଚା’ପତି ଫୁଟା ପାଣିରେ କେଶ ଧୋଇଲେ ଏହାର ପ୍ରାକୃତିକ ଉଜ୍ଜ୍ୱଳତା ବଢ଼େ ।
ପାଦ ଦୁର୍ଗନ୍ଧ ହେଉଥିଲେ ଚା’ପତି ଫୁଟା ପାଣିରେ ଦିନକୁ ୧୦ ମିନିଟ ପାଦ ବୁଡ଼ାଇ ରଖନ୍ତୁ ।
ସନଟ୍ୟାନ ହେଉଥିବା ସ୍ଥାନରେ ଚା’ପତି ଫୁଟା ପାଣି ଲଗାଇଲେ ଟ୍ୟାନିଙ୍ଗ ସମସ୍ୟା ଦୂର ହୋଇଥାଏ ।