ଜଳାଭିଷେକ କରିବାକୁ ଆସି କେନାଲରେ ଭାସିଗଲେ କାଉଡ଼ିଆ
ଜଳାଭିଷେକ କରିବାକୁ ଆସି କେନାଲରେ ଭାସିଗଲେ କାଉଡ଼ିଆ
କାମାକ୍ଷାନଗର: ଜଳାଭିଷେକ କରିବାକୁ ଆସି କେନାଲ ଜଳରେ ଭାସିଗଲେ କାଉଡ଼ିଆ। ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୋ ଗାଁ ସ୍ଥିତ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲରେ। ନିଖୋଜ କାଉଡ଼ିଆ ଜଣଙ୍କ ହେଲେ ଶ୍ୟାମ ସୁନ୍ଦର ବାରିକ। ତାଙ୍କ ଘର ତାଳଚେରରେ ବୋଲି ବୋଲି ଜଣାଯାଇଛି।
ଶ୍ୟାମସୁନ୍ଦର ଦୁଇ ସାଙ୍ଗଙ୍କ ସହିତ ଜଳାଭିଷେକ କରିବା ପାଇଁ କୁଆଳୋ ଗାଁ ସ୍ଥିତ ବାବା ଅଷ୍ଟଶମ୍ଭୁ ମନ୍ଦିରକୁ ଆସିଥିଲେ। କୁଆଳୋ ଗାଁ ସ୍ଥିତ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲରୁ ଜଳାଭିଷେକ ପାଇଁ ଗାଧୋଉଥିବା ବେଳେ ଜଳସ୍ରୋତରେ ଶ୍ୟାମସୁନ୍ଦରଙ୍କ ସହ ଆଉ ଜଣେ ସାଙ୍ଗ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଶ୍ୟାମସୁନ୍ଦର ପାଣି ସୁଅରେ ଭାସି ଯାଇଥିଲେ। ପରଜଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି।




admin 