ଜଳପ୍ରପାତରେ ପ୍ରେମୀଯୁଗଳ ନିଖୋଜ, ଆତ୍ମହତ୍ୟା ନୋଟ୍ ଜବତ

ଜଳପ୍ରପାତରେ ପ୍ରେମୀଯୁଗଳ ନିଖୋଜ, ଆତ୍ମହତ୍ୟା ନୋଟ୍ ଜବତ

ଜଳପ୍ରପାତରେ ପ୍ରେମୀଯୁଗଳ ନିଖୋଜ, ଆତ୍ମହତ୍ୟା ନୋଟ୍ ଜବତ


ନୂଆପଡ଼ା : ନୂଆପଡ଼ା ସଦର ବ୍ଲକ ଭରୁଆମୁଣ୍ଡ ପଞ୍ଚାୟତ ଗୋଧସ ଜଳପ୍ରପାତରେ ପୁଣି ଏକ ଅଘଟଣ ଘଟିଛି । ଜଳପ୍ରପାତକୁ ଡେଇଁପଡ଼ି ପ୍ରେମୀଯୁଗଳ ନିଖୋଜ ହୋଇଥିବା ଜଣାପଡ଼ିଛି । ଧରମବନ୍ଧା ପୁଲିସ ଖବର ପାଇ ନୂଆପଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ସେଠାରେ ଅଗ୍ନିଶମ କର୍ମଚାରୀମାନେ ୬ଘଣ୍ଟା ଖୋଜାଖୋଜି କରିବା ପରେ ବି ପ୍ରେମୀ ଯୁଗଳଙ୍କ ପତ୍ତା ମିଳିନାହିଁ । ସୂଚନାନୁସାରେ ରବିବାର ସକାଳେ ଧରମବନ୍ଧା ଥାନାକୁ ଭରୁଆମୁଣ୍ଡା ଗ୍ରାମର କିଛି ଲୋକ ଖବର ଦେଇଥିଲେ ଯେ ଜଳପ୍ରପାତ ଉପରେ ଥିବା ଏକ ଗଛରେ ପ୍ରେମୀଯୁଗଳଙ୍କ କିଛି ସାମଗ୍ରୀ ରହିଛି । ଥାନା ଅଧିକାରୀ ସଂଯୁକ୍ତା ବାର୍ଲା ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଥିଲେ । ସେଠାରୁ ଏକ ଶାଗୁଆ ସାର୍ଟ, ଫୁଲ ପ୍ୟାଣ୍ଟ ଓ ହାତ ଘଣ୍ଟା, ଟର୍ଚ୍ଚ ଲାଇଟ, ଜରିରେ ଥିବା ଆତ୍ମହତ୍ୟା ନୋଟ ଜବତ କରିଥିଲେ । ଏହି ଆତ୍ମହତ୍ୟା ନୋଟରେ ଲେଖାଯାଇଛି ଯେ ଉଭୟ ଉଭୟଙ୍କୁ ପ୍ରେମ କରୁଛୁ । କିନ୍ତୁ ପରିବାର ଲୋକେ ଏହାକୁ ଗ୍ରହଣ କରୁନଥିବାରୁ ଆମେ ଆତ୍ମହତ୍ୟା କରୁଛୁ । ଧରମବନ୍ଧା ଥାନା ଅଧିକାରୀ ସଂଯୁକ୍ତା ବାର୍ଲା କହିଛନ୍ତି ଯେ ନିଖୋଜ ୨ଜଣ ହେଲେ ଛତିଶଗଡ଼ ପିପେଲଛେଣ୍ଡ ଥାନା ଥୁଆପାନୀ ଅଞ୍ଚଳର ବୋଲି ଜଣାପଡ଼ିଛି । ସୋମବାର ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।