ଜନ୍ମଦିନ ପାର୍ଟିରେ ୪୫ ଙ୍କୁ କରୋନା ବାଣ୍ଟିଲେ

ଜନ୍ମଦିନ ପାର୍ଟିରେ ୪୫ ଙ୍କୁ କରୋନା ବାଣ୍ଟିଲେ

ଜନ୍ମଦିନ ପାର୍ଟିରେ ୪୫ ଙ୍କୁ କରୋନା ବାଣ୍ଟିଲେ
ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ଜଣେ ଦୋକାନ ମାଲିକ ନିଜ ଜନ୍ମଦିନ ପାଳନ କରିଥିଲେ । ନିଜ ବନ୍ଧୁମାନଙ୍କୁ ସେ ପାର୍ଟି ବି ଦେଇଥିଲେ । କିନ୍ତୁ ତାଙ୍କର ଏଭଳି ବେଆଇନ କାର୍ଯ୍ୟ ପୂରା ସହର ପାଇଁ ଭାରି ପଡ଼ିଛି । ତାଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ ଏବେ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ହାଇଦ୍ରାବାଦର ଏଲବି ନଗର ଅଞ୍ଚଳରେ ୧୫ ଜଣ ନୂଆ କଣ୍ଟେନମେଣ୍ଟ ଜୋନ ସୃଷ୍ଟି କରାଯାଇଛି । ଫଳରେ ଉକ୍ତ ଅଞ୍ଚଳର ଲୋକମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । କରୋନା ସଂକ୍ରମଣ ରୋକିବା ଲାଗି ସରକାର ବିଭିନ୍ନ ନିୟମ ଜାରି କରୁଥିଲେ ହେଁ କିଛି ଲୋକ ଏହାକୁ ଆଦୌ ପାଳନ କରୁନାହାନ୍ତି । ଏହାଦ୍ୱାରା ସେମାନେ ନିଜର ଏବଂ ଅନ୍ୟ ଲୋକଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲିଦେଉଛନ୍ତି । ହାଇଦ୍ରାବାଦରେ ଘଟିଥିବା ଏହି ଘଟଣା ଯୋଗୁ ଏବେ ପୁରା ସହର ପାଇଁ ସମସ୍ୟା ବଢ଼ିଯାଇଛି । ଚିହ୍ନଟ ହୋଇଥିବା ୪୫ କରୋନା ରୋଗୀଙ୍କ ସଂସ୍ପର୍ଶରେ ଅନେକ ଲୋକ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ବି ଅନେକ ଲୋକ ପିଜିଟିଭ ବାହାରିବା ନେଇ ଆଶଙ୍କା ଦେଖାଦେଇଛି । ଜନ୍ମଦିନ ପାର୍ଟି ଦେଇଥିବା ଦୋକାନୀଙ୍କ ଜରିଆରେ ସମସ୍ତଙ୍କୁ କରୋନା ହୋଇଥିବା କୁହାଯାଇଛି । ଏହି ବ୍ୟକ୍ତି ଜଣକ ବନସ୍ଥଳିପୁରମରେ ରହୁଥିବା ନିଜ ବନ୍ଧୁମାନଙ୍କ ପାଇଁ ପାର୍ଟି ଆୟୋଜନ କରିଥିଲେ । ଦୋକାନୀ ଜଣକର ଘର ସରୁରନଗର ହୋଇଥିବା ବେଳେ ମାଲକପେଟ ଗଞ୍ଜରୁ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମାଲକପେଟ ଗଞ୍ଜରେ ତାଙ୍କର ଦୋକାନ ରହିଛି । ଏହି ଘଟଣା ପୂର୍ବରୁ ଏଲବି ନଗରରେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ଦୁଇରେ ସୀମିତ ଥିଲା । ଏବେ ଏହି ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।