ଜନସଂଖ୍ୟାରେ ଚାଇନାକୁ ଟପିବ ଭାରତ

ଜନସଂଖ୍ୟାରେ ଚାଇନାକୁ ଟପିବ ଭାରତ

ଜନସଂଖ୍ୟାରେ ଚାଇନାକୁ ଟପିବ ଭାରତ

ନୂଆଦିଲ୍ଲୀ : ଭାରତରେ ଜନସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି  । କିଛି ମାସ ପରେ ଏହା ଚାଇନାକୁ ଟପିଯିବ ବୋଲି ଆକଳନ କରାଯାଇଛି  । ରିପୋର୍ଟ ଅନୁସାରେ, ୭୮ଟି ଦେଶର ମୋଟ ଜନସଂଖ୍ୟା ଯେତିକି ଭାରତରେ ପ୍ରତିବର୍ଷ ସେତିକି ପିଲା ଜନ୍ମ ନେଉଛନ୍ତି  । ୨୦୨୧-୨୨ରେ ଦେଶରେ ୨ କୋଟି ପିଲା ଜନ୍ମ ହୋଇଛନ୍ତି  । ଅର୍ଥାତ ପ୍ରତିଦିନ ହାରାହାରି ୫୬ ହଜାର ପିଲା ଜନ୍ମ ହେଉଛନ୍ତି  । ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ଅଧିକ ୧.୩୨ ଲକ୍ଷ ପିଲା ଜନ୍ମ ହୋଇଥିଲେ  ।

ଅପରପକ୍ଷରେ ଚୀନରେ ଜନସଂଖ୍ୟା ହ୍ରାସ ପାଇଛି  । ଚୀନର ତଥ୍ୟ ଅନୁଯାୟୀ, ଜନସଂଖ୍ୟା ୬୦ ଲକ୍ଷ କମିଯାଇଛି  । ୨୦୨୨ ସୁଦ୍ଧା ଜନସଂଖ୍ୟା କମି ୧୪୧.୮ କୋଟି ହୋଇଛି  । ୨୦୨୩ରେ ଭାରତ ଚାଇନାକୁ ଟପିବ ବୋଲି ଜାତିସଂଘ ପକ୍ଷରୁ ଆକଳନ କରାଯାଇଥିଲା  । ତେବେ କେତେକ ରିପୋର୍ଟ ଅନୁସାରେ ଭାରତ ଚାଇନାକୁ ପଛରେ ପକାଇ ସାରିଲାଣି  । ଚୀନରେ ଭାରତ ତୁଳନାରେ ଅଧା ପିଲା ଜନ୍ମ ହେଉଛନ୍ତି  ।