ଜଣେ ମହିଳା ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ, କାରଣ କଣ ଜାଣନ୍ତୁ

ଜଣେ ମହିଳା ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ, କାରଣ କଣ ଜାଣନ୍ତୁ

ଜଣେ ମହିଳା ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ, କାରଣ କଣ ଜାଣନ୍ତୁ
ଭୁବନେଶ୍ୱର: ଲକଡାଉନ ତଥା ପୁଲିସର କଡ଼ା ପଇଁତରା ମଧ୍ୟରେ ବୁଧବାର ନବୀନ ନିବାସ ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଛି । ଗତ ବିଧାନସଭା ଅଧିବେଶନ ବେଳେ ବିଭିନ୍ନ ମାମଲାରେ ନ୍ୟାୟ ନପାଇ ବହୁ ବ୍ୟକ୍ତି ଓ ମହିଳା ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିବାବେଳେ ଆଜି ଜଣେ ମହିଳା ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଛନ୍ତି । ଡେଲାଙ୍ଗ ଅଞ୍ଚଳର ଲୋପାମୁଦ୍ରା ନାମକ ଜଣେ ମହିଳା ଆତ୍ମାହୁତି ଦେବାକୁ ଉଦ୍ୟମ କରିଛନ୍ତି । ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣି ସେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଲୋକଙ୍କୁ ଠକିବା ସହ ତାଙ୍କ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଥିବା ଲୋପାମୁଦ୍ରା ଅଭିଯୋଗ କରିଛନ୍ତି । ଏନେଇ ସେ ପୁଲିସ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ ପୁଲିସ ତାଙ୍କ ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କୁ ସହଯୋଗ କରୁଥିବା ଲୋପାମୁଦ୍ରା ଅଭିଯୋଗ କରିଛନ୍ତି । ତେବେ ପୁଲିସ ଠାରୁ ନ୍ୟାୟ ନପାଇ ଶେଷରେ ଲୋପାମୁଦ୍ରା ଆତ୍ମାହୁତି ଦେବାକୁ ଉଦ୍ୟମ କରିଛନ୍ତି । ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ମହିଳାଙ୍କୁ କାବୁ କରି ଏୟାରଫିଲ୍ଡ ଥାନାକୁ ନେଇଯାଇଥିବା ସୂଚନା ମିଳିଛି।