ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ ପହଞ୍ଚିପାରେ କରୋନା ଟିକା ସ୍ପୁଟନିକ-ଭି

ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ ପହଞ୍ଚିପାରେ କରୋନା ଟିକା ସ୍ପୁଟନିକ-ଭି

ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ ପହଞ୍ଚିପାରେ କରୋନା ଟିକା ସ୍ପୁଟନିକ-ଭି
ଭୁବନେଶ୍ୱର: ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ ପହଞ୍ଚିପାରେ ସ୍ପୁଟନିକ ଭି କରୋନା ଟିକା ପ୍ରାଥମିକ ପର୍ଯ୍ୟାୟରେ ଏହା କେବଳ ଆପୋଲୋ ହସ୍ପିଟାଲରେ ଉପଲବ୍ଧ ହେବାକୁ ଥିବା ବେଳେ ଏହାର ୨୦ ହଜାର ଡୋଜ ଓଡ଼ିଶା ଆସିପାରେ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି । ତେବେ କେବେ ଠାରୁ ଏହାର ସ୍ଲଟ ବୁକିଂ ଆରମ୍ଭ ହେବ ତାହା ସ୍ପଷ୍ଟ ହୋଇପାରିନାହିଁ । ଏହା ସହ ଆପୋଲୋ ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ମନୋକ୍ଲୋନାଲ ଆଣ୍ଟିବଡ଼ି କକଟେଲ ଥେରାପି ଆରମ୍ଭ ହୋଇଛି । ଗତକାଲି ଜଣେ ୮୨ ବର୍ଷର ରୋଗୀଙ୍କଠାରେ ଏହି ଥେରାପି ଦିଆଯାଇଛି । ରୋଗୀଙ୍କ ଜଟିଳ ରୋଗ ରହିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିବା ସୂଚନା ମିଳିଛି । ସ୍ୱଳ୍ପ କିମ୍ବା ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କ ଠାରେ ମନୋକ୍ଲୋନାଲ କକଟେଲ ଥେରାପି ଦିଆଯିବା ନେଇ ଡିଜିସିଆଇ ଅନୁମତି ପ୍ରଦାନ କରିଛନ୍ତି । ଏହି ଚିକିତ୍ସା ଆରମ୍ଭ କରିବାରେ ଆପୋଲୋ ଭୁବନେଶ୍ୱର ରାଜ୍ୟରେ ପ୍ରଥମ ।