ଜଙ୍ଗଲ ନିଆଁରେ ଜଳିଗଲେ ମହିଳା

ଜଙ୍ଗଲ ନିଆଁରେ ଜଳିଗଲେ ମହିଳା

ଜଙ୍ଗଲ ନିଆଁରେ ଜଳିଗଲେ ମହିଳା
କେନ୍ଦୁଝର: ନିଆଁ ଲଗାଇ ମହୁଲ ତୋଳିବାବେଳେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାଯାଇଛି । ମୃତକ ଜଣକ ଘଟଗାଁ ଥାନା କୋଠାଘର ଗ୍ରାମର ବୋଲି ଜଣାଯାଇଛି । ମହିଳା ଜଣକ ଗ୍ରାମ ପାଖ ଜଙ୍ଗଲରେ ନିଆଁ ଲଗାଇ ମହୁଳ ତୋଳୁଥିଲେ । ତେବେ ଅସାବଧାନତାବଶତଃ ଶାଢୀରେ ନିଆଁ ଲାଗିଯିବାରୁ ମହିଳା ଜଣକ ଜୀବନ୍ଦ ଦଗ୍ଧ ହୋଇଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ଗତ କିଛି ଦିନ ହେଲା ଜଙ୍ଗଲ ନିଆଁ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟଛି । ଅଧିକାଂଶ ଲୋକ ଜଙ୍ଗଲରେ ନିଆଁ ଲଗାଇ ଶିକାର କରିବା ସହ ମହୁଲ ସଂଗ୍ରହ କରୁଛନ୍ତି । ଏପରି ନକରିବାକୁ ସଚେତନତ କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ।