ଛୋଟ ପାଦ ହେଲେ ସୁନ୍ଦରୀ !

ଛୋଟ ପାଦ ହେଲେ ସୁନ୍ଦରୀ !

ଛୋଟ ପାଦ ହେଲେ ସୁନ୍ଦରୀ !
ଚୀନର କେତେକ ଅଞ୍ଚଳରେ ଏବେ ବି ଛୋଟ ନାକ ଏବଂ ଛୋଟ ପାଦ ଥିବା ମହିଳାଙ୍କୁ ସୁନ୍ଦରୀ ଭାବେ ଗ୍ରହଣ କରାଯାଇଛି । ପୂର୍ବରୁ ଛୋଟ ପାଦ ପାଇବା ଲାଗି ପାଦକୁ ବାନ୍ଧି ରଖାଯାଉଥିଲା । ଏହା ସେଠାକାର ବହୁ ପ୍ରାଚୀନ ପରମ୍ପରା । ଏପରି ପାଦକୁ ସେମାନେ ପଦ୍ମପାଦ ବୋଲି କହୁଥିଲେ । ଏହା ପ୍ରତିପତ୍ତି ଏବଂ ସୌନ୍ଦର୍ଯ୍ୟର ଅନ୍ୟତମ ପ୍ରତୀକ ଥିଲା । ଏହି ପରମ୍ପରା ଅନୁସାରେ ମାତ୍ର ୪ ବର୍ଷ ବୟସରୁ ହିଁ ଝିଅଙ୍କ ପାଦକୁ ଛୋଟ ଜୋତାରେ ବାନ୍ଧି ରଖାଯାଏ । ଏହାକୁ ‘ଫୁଟ ବାଇଣ୍ଡିଙ୍ଗ’ ବୋଲି ମଧ୍ୟ କହନ୍ତି । ପ୍ରଥମେ ଏହି ପରମ୍ପରା ରାଜପରିବାର ଓ ଧନିକ ଶ୍ରେଣୀର ପରିବାରରେ ରହିଥିଲା । ସମୟ ବଢ଼ିବା ସହିତ ସାଧାରଣ ଲୋକ ବି ଏହାକୁ ଆପଣାଇ ନେଇଥିଲେ । ଏହା ବହୁତ କଷ୍ଟ ଦାୟକ ପଦ୍ଧତି । ଅନେକ ସମୟରେ ଏଥିରେ ଛୋଟ ଝିଅମାନଙ୍କର ମୃତ୍ୟୁ ଘଟୁଥିବା ବେଳେ କେହି କେହି ମାନସିକ ବିକୃତିରେ ମଧ୍ୟ ଆକ୍ରାନ୍ତ ହେଉଥିାଲ । ଶେଷରେ ୧୯୧୧ ରେ ଚୀନ ସରକାର ଏହାକୁ ନିଷେଧ କରିଥିଲା ।