ମହାସାଗର ପାର କରି ବିଶ୍ୱ ରେକର୍ଡ କଲେ ତିନି ଭାଇ

ମହାସାଗର ପାର କରି ବିଶ୍ୱ ରେକର୍ଡ କଲେ ତିନି ଭାଇ

ମହାସାଗର ପାର କରି ବିଶ୍ୱ ରେକର୍ଡ କଲେ ତିନି ଭାଇ
ଆଟଲାଣ୍ଟିକା ମହାସାଗରରେ ହୋଇଥିବା ପ୍ରତିଯୋଗିତାରେ ଭାଗ ନେଇ ସ୍କଟଲ୍ୟାଣ୍ଡର ତିନି ଭାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଏହା ସହିତ ପ୍ରତିଯୋଗିତା ଜିତି ପୁରସ୍କାର ସ୍ୱରୂପ ୨.୩୧ କୋଟି ଟଙ୍କା ପାଇଛନ୍ତି । ସେହି ତିନି ଭାଇଙ୍କ ନାମ ହେଉଛି ଜମି, ଏୱାନ ଓ ଲାଚଲା ମାକଲିନ । ଆଟଲାଣ୍ଟିକା ମହାସାଗରରେ ଅନୁଷ୍ଠିତ ହୋଇଥିବା ଖେଳର ନାମ ‘ଆଟଲାଣ୍ଟିକା ଓସନ ବୋଇଂ ରେସିଂ’ । ଏଥିରେ ବିଭିନ୍ନ ଦେଶର ମୋଟ ୩୦ଟି ଦଳ ଭାଗ ନେଇଥିଲେ । ସ୍କଟଲ୍ୟାଣ୍ଡର ସେହି ତିନି ଭାଇ ୩୫ ଦିନ ୯ ଘଣ୍ଟା ମଧ୍ୟରେ ଏକ ପାଣି ଜାହାଜ ସାହାଯ୍ୟରେ ମହାସାଗର ପାରି କରିଥିଲେ । ସେମାନେ କେନରୀ ଦ୍ୱୀପଠାରେ ଥିବା ଲା’ଗୋମେରା ତଟ କୂଳରେ ନିଜ ଯାତ୍ରା ଆରମ୍ଭ କରି ଆଷ୍ଟିଗୁଆରେ ଶେଷ କରିଥିଲେ । ଏହି ଅବସରରେ ସେମାନେ ୩ ହଜାର ମାଇଲ ବା ୪,୮୨୮ କିଲୋମିଟର ଯାତ୍ରା କରିଥିଲେ । ମହାସାଗର ପାର କରିବା ପରେ ସେମାନଙ୍କ ନାମ ଗିନିଜ ବୁକ୍ ଅଫ ୱାଲର୍ଡ ରେକର୍ଡରେ ସାମିଲ ହୋଇଥିଲା । ଏହି ତିନି ଭାଇ କମ୍ ସମୟରେ ପାଣି ଜାହାଜ ମଧ୍ୟରେ ମହାସାଗର ପାର କରିଥିବା ସବୁଠାରୁ କନିଷ୍ଠ ନାବିକ ଭାବେ ରେକର୍ଡ କରିଥିଲେ । ଏହା ପୂର୍ବରୁ ଉକ୍ତ ତିନି ଭାଇ ୪୧ ଦିନ ମଧ୍ୟରେ ମହାସାଗର ପାର ହୋଇଥିଲେ । ଯାତ୍ରା କରିବା ସମୟରେ ସେମାନେ ବହୁ ସମସ୍ୟାର ସାମ୍ନା କରିଥିଲେ । ଜିତିଥିବା ଅର୍ଥରାଶିକୁ ତିନି ଭାଇ ସମାଜ କଲ୍ୟାଣ କାର୍ଯ୍ୟରେ ଲଗାଇବେ ବୋଲି ପ୍ରକାଶ କରିଛନ୍ତି ।