ଛାତ୍ରୀଙ୍କ ହାତଗୋଡ ବାନ୍ଧି ଜାଳିଦେଲେ

ଛାତ୍ରୀଙ୍କ ହାତଗୋଡ ବାନ୍ଧି ଜାଳିଦେଲେ

ଛାତ୍ରୀଙ୍କ ହାତଗୋଡ ବାନ୍ଧି ଜାଳିଦେଲେ
କଟକ: ଜଳନ୍ତା ଘର ଭତରୁ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ମାନସିଂପାଟଣରେ ଜଳୁଥିବା ଏକ ଘର ଭିତରୁ ଉଦ୍ଧାର କରାଯାଇଛି । ଘର ଭିତରୁ ଉଦ୍ଧାର ଛାତ୍ରୀଙ୍କ ହାତଗୋଡ ବନ୍ଧା ଯାଇଥିବା ସୂଚନା ମିଳିଛି । ଯୁବତୀ ଜଣକ ସ୍ଥାନୀୟ ଏକ କଲେଜର +୨ ଛାତ୍ରୀ ଅଟନ୍ତି । ଛାତ୍ରୀ ଜଣକ ନିକଟରେ ଏକ କଲେଜରେ ପାଠ ପଢୁଛନ୍ତି । ଏହି ଠାରେ ଭଡାଘରେ ରହୁଥିଲେ । ୪ଜଣ ଯୁବକ ଘରେ ଭିତରେ ପଶି କିରାସିନି ଢାଳି ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କୁ ନିସ୍ତୁକ ପିଟି, ଗୋଡହାତ ବାନ୍ଧି ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ସଂପୃକ୍ତ ଛାତ୍ରୀଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି ।