ଛତିଶା ନିଯୋଗ ବୈଠକ ଆଜି

ଛତିଶା ନିଯୋଗ ବୈଠକ ଆଜି

ଛତିଶା ନିଯୋଗ ବୈଠକ ଆଜି

ପୁରୀ: ଆଜି ବସିବ ଛତିଶା ନିଯୋଗ ବୈଠକ । ନୀଳାଦ୍ରି ଭକ୍ତ ନିବାସରେ  ଦିନ ୧୨ଟାରେ ଏହି ବୈଠକ ବସିବ । ପ୍ରଥମେ ବିଶେଷକରି ରାଜେନ୍ଦ୍ରା ଭିଷେକ, ରୁକ୍ମିଣୀ ହରଣ ଏକାଦଶୀ, ଚମ୍ପକ ଦ୍ୱାଦଶୀ, ଦଇତାପତି ପ୍ରବେଶ, ସେନାପଟା ଲାଗି, ଦେବସ୍ନାନ ପୂର୍ଣ୍ଣିମା, ଚକାବିଜେ, ଖଳିଲାଗି ଏକାଦଶୀ, ରାଜପ୍ରସାଦ ବିଜେ, ଘଣାଲାଗି ଓ ବନକଲାଗି, ନବଯୌବନ ଦର୍ଶନ ସହ ଶ୍ରୀଗୁଣ୍ଡିଚା ଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ନୀତିରେ ଛତିଶା ନିଯୋଗ ମାରିବ ମୋହର । ଯେହେତୁ ଦୁଇବର୍ଷ ପରେ ରଥଯାତ୍ରାରେ ଭକ୍ତ ସାମିଲ ହେବାକୁ ଯାଉଛନ୍ତି । ନୀତି ଶୃଙ୍ଖଳିତ ସାଙ୍ଗକୁ ଯାତ୍ରାକୁ ଶୃଙ୍ଖଳିତ କରିବା ପ୍ରସଙ୍ଗରେ ହେବ ଆଲୋଚନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବାକୁ ଥିବା ବେଳେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ଓ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ।