ଚେକିଂ କରୁଥିଲେ, ଚାପି ହୋଇଗଲେ

ଚେକିଂ କରୁଥିଲେ, ଚାପି ହୋଇଗଲେ

ଚେକିଂ କରୁଥିଲେ, ଚାପି ହୋଇଗଲେ
କେନ୍ଦୁଝର:ଆରଟିଓ କର୍ମଚାରୀଙ୍କ ଉପରେ ମାଡିଗଲା ୧୪ ଚକିଆ ଟ୍ରକ୍ । ଗାଡି ଚେକିଂ ବେଳେ ଚାପିଦେଲା ଟ୍ରକ, ଘଟଣାସ୍ଥଳରେ କର୍ମଚାରୀଙ୍କ ମୃତୁ୍ୟ ଘଟିଛି । ଏନଏଚ-୨୦ ଟାଉନଥାନା ପୁରୁଣା ବଜାର ବାଇପାସ ପାଖରେ ମାଡିଗଲା । ଗାଡିକୁ ଅଟକାଇବା ବେଳେ ଡ୍ରାଇଭର ନ ମାନି ଚଢାଇ ଦେଇ ଫେରାର୍ ହୋଇଗଲା । ସୂଚନାଯୋଗ୍ୟ ଯେ, ୨୦ନମ୍ବର ଜାତୀୟ ରାଜପଥର ପୋକରାପାଣି ନିକଟରେ ଆଜି ସକାଳେ ଜୁନିୟର ଏମ୍‌ଭି ଆଇ କାହ୍ନୁଚରଣ ବାନାରା ଓ ଡ୍ରାଇଭର ଗାଡି ଯାଞ୍ଚ କରୁଥିଲେ ।ସେହିସମୟରେ ଅନ୍ୟପଟ ରାସ୍ତାରୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ବିଜୟ କୁମା ମହାନ୍ତି ମୃତ୍ୟୁବରଣ କରିଥିଲେ ।