ଚୀନ ସୀମାରେ ମୁତୟନ ହେବ ‘ପ୍ରଳୟ’ କ୍ଷେପଣାସ୍ତ୍ର
ଚୀନ ସୀମାରେ ମୁତୟନ ହେବ ‘ପ୍ରଳୟ’ କ୍ଷେପଣାସ୍ତ୍ର
ନୂଆଦିଲ୍ଲୀ : ଚୀନ ସହିତ ଚାଲିଥିବା ସଂଘର୍ଷ ଭିତରେ ଭାରତୀୟ ସେନା ଏଲଏସିରେ ‘ପ୍ରଳୟ’ କ୍ଷେପଣାସ୍ତ୍ର ମୁ୍ତୟନ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଳୟ ହେଉଛି ଏକ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଯାହାର ରେଂଜ୍ ୧୫୦ରୁ ୫୦୦ କିମି । ସୀମାରେ ଟାକ୍ଟିକାଲ ଅପରେସନ୍ ପାଇଁ ଏହି କ୍ଷେପଣାସ୍ତ୍ର ମୁତୟନ କରାଯିବାକୁ ନିଷ୍ପତ୍ତି ଚୂଡାନ୍ତ ହୋଇଥିବାବେଳେ ଯୁଦ୍ଧ ବିମାନ ମୁତୟନରେ ମଧ୍ୟ ବୃଦ୍ଧି କରାଯିବ ।
ଚୀନ୍ କୌଣସି ବଡଧରଣର ଅତିକ୍ରମଣ ଉଧ୍ୟମ ଦ୍ୱାରା ସ୍ଥିତାବସ୍ଥାର ପରିବର୍ତ୍ତନ ପାଇଁ ପ୍ରୟାସ କଲେ ଏ କ୍ଷେତ୍ରରେ ‘ପ୍ରଳୟ’ କ୍ଷେପଣାସ୍ତ୍ର ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ପ୍ରଳୟ ହେଉଛି ସ୍ୱଳ୍ପ ଦୂରଗାମୀ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଯେଉଁଥିରେ ଶତ ପ୍ରତିଶତ ସଠିକ୍ ଲକ୍ଷ୍ୟଭେଦ କ୍ଷମତା ରହିଛି ।




admin 