ଚିହ୍ନଟ ହେଲା କରୋନାର ଆଉ ଏକ ନୂଆ ଭାରିଏଣ୍ଟ୍

ଚିହ୍ନଟ ହେଲା କରୋନାର ଆଉ ଏକ ନୂଆ ଭାରିଏଣ୍ଟ୍

ଚିହ୍ନଟ ହେଲା କରୋନାର ଆଉ ଏକ ନୂଆ ଭାରିଏଣ୍ଟ୍

 ଭୁବନେଶ୍ୱର: କରୋନା ମହାମାରୀର ଦ୍ୱିତୀୟ ଲହରର ଭୟାବହତା କମି କମି ଆସୁଥିବା ବେଳେ ଏବେ ପୁଣି ଥରେ ଭୟ ବଢିଛି । ମହାରାଷ୍ଟ୍ରରେ କରୋନାର ଆଉ ଏକ ନୂଆ ଭାରିଏଣ୍ଟ୍ ଚିହ୍ନଟ ହୋଇଛି । ଯାହାକୁ ନେଇ ଏବେ ପୁରା ଦେଶରେ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଛି ।

ଏପଟେ ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ତଳମୁହାଁ ହେଉଥିବା ବେଳେ ମହାରାଷ୍ଟ୍ରର ନୂଆ ଷ୍ଟ୍ରେନ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଡିଏମଇଟି ଡା. ସିବିକେ ମହାନ୍ତି ।

ଏବେ ନୂଆ ଭ୍ୟାରିଏଣ୍ଟ ଉପରେ ଗବେଷଣା ଜାରି ରହିଛି । ଓଡ଼ିଶାରେ ସେଭଳି  ସ୍ଥିତି ନାହିଁ ବୋଲି ଡିଏମଇଟି କହିଥିବା ବେଳେ ରାଜ୍ୟରେ ଏବେବି ସଂକ୍ରମଣ ରହିଛି ତେଣୁ ଆମକୁ ପୂର୍ବ ଅପେକ୍ଷା ଏବେ ଆହୁରି ଅଧିକ ସଚେତନ ହେବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ଡା. ସିବିକେ ମହାନ୍ତି ।

ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ପର୍ୟ୍ୟାୟ ପ୍ରାୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି ଆଉ ଅଳ୍ପ ଦିନ ମଧ୍ୟରେ ଦ୍ୱିତୀୟ ଲହରର ପ୍ରଭାବ ସମ୍ପୂର୍ଣ୍ଣ ଭାବରେ ହ୍ରାସ ପାଇବ । ଏବଂ ଏହି ସମୟରେ ସାମନ୍ୟ ମାତ୍ର ଅବହେଳା ବି ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ ବୋଲି କହିଛନ୍ତି ଡିଏମଇଟି ସିବିକେ ମାହାନ୍ତି ।