ଚିନ୍ତା ବଢ଼ାଇଲାଣି ବାୟୁ ପ୍ରଦ୍ୟୁଷଣ, କିପରି ପାଇବେ ମୁକ୍ତି

ଚିନ୍ତା ବଢ଼ାଇଲାଣି ବାୟୁ ପ୍ରଦ୍ୟୁଷଣ, କିପରି ପାଇବେ ମୁକ୍ତି

ଚିନ୍ତା ବଢ଼ାଇଲାଣି ବାୟୁ ପ୍ରଦ୍ୟୁଷଣ, କିପରି ପାଇବେ ମୁକ୍ତି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଏବେ ସର୍ବାଧିକ ସ୍ତରରେ ଅଛି। ପ୍ରଶାସନ ତରଫରୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ଦିଲ୍ଲୀସ୍ଥିତ କମ୍ପାନୀଗୁଡିକ କର୍ମଚାରୀଙ୍କୁ ଘରୁ କାମ କରିବା ସୁବିଧା  ଦେବା, ପିଲାଙ୍କ ବିଦ୍ୟାଳୟ ବନ୍ଦ ଆଦି ପଦକ୍ଷେପ ପ୍ରାଥମିକ ସ୍ତରରେ ସରକାର ନେଇଛନ୍ତି । ବିଶେଷଜ୍ଞ ଦଳ କହିଛନ୍ତି , ଦିଲ୍ଲୀରେ ଏଭଳି  ପରିସ୍ଥିତି ହୋଇଛି , ଆସନ୍ତା କିଛି ବର୍ଷ ଭାରତର ଅନ୍ୟ ସହରଗୁଡିକ ମଧ୍ୟ ପ୍ରଦୂଷଣ ବଢିଚାଲିବ । ଜନସାଧାରଣ ବେଳ ହିଁ ସତର୍କ ରହିବା ଜରୁରୀ । ପ୍ରଦୂଷଣରୁ ରକ୍ଷା ଉପାୟ ମାନ ହେଉଛି ।

୧. ପ୍ରତିଦିନ ଘରୁକୁ ଫରିବା ପରେ ବାମ୍ଫ ନେବା । ତା ସହିତ ଘରୁ ବାହାରକୁ ଯିବା ସମୟରେ ତୁଣ୍ଡି ପିନ୍ଧିବାକୁ ଯେମିତି ନ ଭୁଲିବା ।

୨. ଆଣ୍ଟି  ଅକ୍ସିଡାଣ୍ଟ ଭରପୂର ଖଟା ଫଳ ନିୟମିତ ଭାବେ ଖାଇବା । ଲେମ୍ବୁ, ଅଁଳା, କମଳା ଫଳ ରସ ମଧ୍ୟ ପିଇପାରିବେ । 

୩. ବାହାର କୁ ଗଲା ମାତ୍ରେ କାଶ, ଛୁଙ୍କ ହେଉଥିଲେ କିଛି ଦିନ ଘର ଭିତରେ ରହିବା ଆପଣଙ୍କ ପାଇଁ ଭଲ । 

୪. ଆଉ ବିଳମ୍ବ ନ କରି ନିଜ ଘର ଚାରିପାଖରେ  ଚାରାରୋପଣ କରନ୍ତୁ । ଦିଲ୍ଲୀରେ ସବୁଜ  ଜଙ୍ଗଲ ପରିବର୍ତ୍ତେ କଂକ୍ରିଟ ଜଙ୍ଗଳ ବଢିବାରେ ଲାଗିଛି ।  ପ୍ରଦୂଷଣ ବଢିବାରେ ଏହା ଅନ୍ୟତମ ମୁଖ୍ୟ କାରଣ ।