ଋଷ ନୁହେଁ ୟୁକ୍ରେନ୍‌ କରିଛି ମିସାଇଲ ମାଡ଼

ଋଷ ନୁହେଁ ୟୁକ୍ରେନ୍‌ କରିଛି ମିସାଇଲ ମାଡ଼

ଋଷ ନୁହେଁ ୟୁକ୍ରେନ୍‌ କରିଛି ମିସାଇଲ ମାଡ଼

ନୂଆଦିଲ୍ଲୀ: ପୋଲାଣ୍ଡ ଉପରେ ରୁଷ ନିର୍ମିତ କ୍ଷେପଣାସ୍ତ୍ର ମାଡ଼ ହେବା ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଏବେ ଏକ ନୂଆ ତଥ୍ୟ ଆସିଛି। ପ୍ରଥମେ ପୋଲାଣ୍ଡ ଉପରେ ରୁଷ କ୍ଷେପଣାସ୍ତ୍ର ମାଡ଼ କରିଥିବା  ସନ୍ଦେହ କଯାଉଥିବା ବେଳେ ଆମେରିକାର ଯାଞ୍ଚରୁ ଭିନ୍ନ ତଥ୍ୟ ଆସିଛି। କ୍ଷେପଣାସ୍ତ୍ର ରୁଷ ନୁହଁ ବରଂ ୟୁକ୍ରେନ୍‌ ସେନା କରିଥିବା ଆମେରିକରା କହିଛି। ରୁଷ ପକ୍ଷରୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ରକୁ ଜବାବ ଦେବାକରୁ ଯାଇ ୟୁକ୍ରେନ୍‌ ଛାଡ଼ିଥିବା କ୍ଷେପଣାସ୍ତ୍ରଟି ପୋଲାଣ୍ଡରେ ପଡ଼ିଛି। ଆମେରିକୀୟ ସରକାରୀମାନେ ସମ୍ବାଦ ସରବରାହ ସଂସ୍ଥାନ ‘ଏପି’କୁ କହିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ୩ଜଣ ସରକାରୀ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ଏପି’କୁ କହିଛନ୍ତି ଯେ, ପ୍ରାଥମିକ ଅନୁସନ୍ଧାନ ସୂଚାଉଛି ଯେ, ପୋଲାଣ୍ଡରେ ପଡ଼ିଥିବା କ୍ଷେପଣାସ୍ତ୍ରଟି  ୟୁକ୍ରେନୀୟ ସେନା ଗୋଟାଏ ରୁଷୀୟ କ୍ଷେପଣାସ୍ତ୍ର ଆଡ଼କୁ ନିକ୍ଷେପ କରିଥିଲେ।

ପୂର୍ବରୁ ଜଣେ ଉଚ୍ଚପଦସ୍ଥ ଆମେରିକୀୟ ଗୁଇନ୍ଦା ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ଏପି’କୁ କହିଥିଲେ ଯେ, ରୁଷୀୟ କ୍ଷେପଣାସ୍ତ୍ର ପୋଲାଣ୍ଡରେ ପଡ଼ିଛି। ରୁଷୀୟ ନିର୍ମିତ କ୍ଷେପଣାସ୍ତ୍ର ମାଡ଼ରେ ପୋଲାଣ୍ଡରେ ମାରାତ୍ମକ ବିସ୍ଫୋରଣ ଘଟି। ଏହା ପୂର୍ବରୁ ଆମେରିକା ରାଷ୍ଟପତି ଜୋ ବାଇଡେନ୍‌ ମଧ୍ୟ ନିଜର ବିଶେଷସୂତ୍ରରୁ ରୁଷ ଏଭଳି କାଣ୍ଡ ଭିଆଇ ନପାରେ ବୋଲି ଏକ ପ୍ରକାର ନିଶ୍ଚିତ ଥିଲେ। ଏବେ ଜି-୨୦ ଶିଖର ସମ୍ମିଳନୀ ପାଇଁ ବାଲିରେ ଥିବା ବାଇଡେନ୍ ସେଠାରେ ଉପସ୍ଥିତ ଥିବା ବିଶ୍ୱନେତାଙ୍କର ଏକ ଜରୁରୀ ବୈଠକ ଡାକିଥିଲା।  ବାଇଡେନ କହିଥିଲେ ଯେ, ଘଠଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନ ହେବା  ଯାଏ ରୁଷକୁ ଦୋଷ ଦିଆଯାଇ ପାରିବ ନାହି। ମଙ୍ଗଳବାର ପୋଲାଣ୍ଡ୍‌ରେ ରୁଷ୍‌ ନିର୍ମିତ କ୍ଷେପଣାସ୍ତ୍ର ପଡ଼ି ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବାରୁ ପୋଲାଣ୍ଡ୍‌ ତା’ର ସେନାବାହିନୀକୁ ସଜାଗ ରହିବାକୁ ନିର୍ଦେଶ ଦେଇଛି।