ଚିନ୍ତା କରନ୍ତୁନି...

ଚିନ୍ତା କରନ୍ତୁନି...

ଚିନ୍ତା କରନ୍ତୁନି...

ଲୋକଙ୍କୁ ସାଧାରଣତଃ ବିଭିନ୍ନ ପ୍ରକାରର ଚିନ୍ତା ଘାରିଥାଏ । ନିଜର ଦୈନନ୍ଦିନ ଜୀବନ ଶୈଳୀରେ ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ ପାଇଁ ବିଭିନ୍ନ ପ୍ରକାରର ଚିନ୍ତା ଗ୍ରାସ କରିଥାଏ ମଣିଷକୁ । ଜଣେ ଲୋକର ନିଜ କାମ ପାଇଁ ଚିନ୍ତା ଘର ଚିନ୍ତା ପିଲାମାନଙ୍କର ଭବିଷ୍ୟତ ଚିନ୍ତା ସେହିପରି ମହିଳା ମାନେ ମଧ୍ୟ ଏହି ଚିନ୍ତାରୁ ବଞ୍ଚିବା କାଠିକର ପାଠ ହୋଇଯାଇଥାଏ । ଦିନକୁ ଦିନ ଅଧିକ ବଢ଼ିବାରେ ଲାଗିଛି ମାନସିକ ରୋଗୀଙ୍କ ସଂଖ୍ୟା। କୌଣସି ଘଟଣାକୁ ବାରମ୍ବାର ଭାବିବା ଓ ସେହି ବିଷୟରେ ଚିନ୍ତା କରିବା ହେଉଛି ମାନସିକ ରୋଗର ମୁଖ୍ୟ କାରଣ। ଏହା ଛାଡ ମଧ୍ୟ ଆମ ଦୈନନ୍ଦିନ ଜୀବନରେ ଅନେକ ଘଟଣା ଘଟେ, ଯାହାକୁ ନେଇ କିଛି ଲୋକ ବ୍ୟସ୍ତ ହୋଇ ଯାଆନ୍ତି । ପୁଣି ମୁଣ୍ଡ ବ୍ୟଥା ହେବ ସହିତ ଅନେକ ପ୍ରକାରର ରୋଗ ମଧ୍ୟ ହୋଇଥାଏ। ତେଣୁ ଆଜି ଆମେ ଜାଣିବା ଏହାର ମୂଳ କାରଣ ଓ ନିରାକରଣ। ଯାହାକି ଆପଣଙ୍କୁ ମାନସିକ ଓ ଶାରୀରିକ ଥକ୍କାପଣରୁ ଦୂର କରିବାରେ ଉପଯୋଗୀ ହେବ। ଯେପରି ଆପଣଙ୍କ ଶରୀର ଥକିଯାଏ, ସେହିଭଳି ଆପଣଙ୍କ ମସ୍ତିଷ୍କ ମଧ୍ୟ ଥକିଯାଏ, ଯେଉଁ କାରଣରୁ ମନ ମଧ୍ୟ ଭାରି ଭାରି ଲାଗେ।

ତେଣୁ ମନ, ମସ୍ତିଷ୍କ ଓ ଶରୀରକୁ ଠିକ ରଖିବା ଆପଣଙ୍କ ପ୍ରଥମ ଦାଇତ୍ୱ। ଯେତେବେଳେ କୌଣସି ମାନସିକ ରୋଗ ଆରମ୍ଭ ହୁଏ ମନ ଥକିଯାଏ, ମୁଣ୍ଡରେ ଭାରୀତା, ମାନସିକ ଥକାପଣ, କ୍ରୋଧ, ସ୍ନାୟୁ ଜନିତ ଯନ୍ତ୍ରଣା ହେବ ସହିତ କାହା ସହିତ କଥାବାର୍ତ୍ତା କରିବାକୁ ଇଚ୍ଛା ନଥାଏ । ସେଥି ପାଇଁ ନିଜ ଆବେଗ ସହିତ ମଧ୍ୟ କାମ କରିବା ଦରକାର । ମସ୍ତିଷ୍କ ଭାରୀ ହେବା ବା ମାନସିକ ଭାବେ ଠିକ ରହିବା ସହିତ ଅନ୍ୟ କାରଣଗୁଡ଼ିକ କ’ଣ ଏବଂ ଏହାକୁ କିପରି ଦୂର କରାଯାଇପାରିବ ଆସନ୍ତୁ ଜାଣିବା।

ମାନସିକ ରୋଗର ମୁଖ୍ୟ କାରଣଗୁଡ଼ିକ ବିଷୟରେ କହିବାକୁ ଗଲେ ଏହା କୌଣସି ଘଟଣାକୁ ନେଇ ହୋଇଥାଏ । ଯାହାକି ଆପଣଙ୍କ କାର୍ଯ୍ୟକୁ ପ୍ରଭାବିତ କରେ । ତେବେ ଏହା ପ୍ରତ୍ୟକ ଲୋକଙ୍କ କ୍ଷେତ୍ରରେ ଭିନ୍ନ ହୋଇଥାଏ । ମାନସିକ ଥକାପଣର କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଭିନ୍ନ ହୋଇପାରେ । ଯେପରିକି, ଦୀର୍ଘସ୍ଥାୟୀ ରୋଗ, କୌଣସି ଔଷଧ ଦୀର୍ଘ ସମୟ ବ୍ୟବହାର, ଅତ୍ୟଧିକ ଚିନ୍ତା କରିବା ।

ତେବେ ମାନସିକ ରୋଗକୁ ଠିକ କରିବାକୁ ହେଲେ ପ୍ରଥମେ ତ ଆପଣଙ୍କୁ ଚିନ୍ତା ମୁକ୍ତ ରହିବାକୁ ପଡିବ ଓ କୌଣସି ଘଟଣାର ସଠିକ ଉପାୟ ଖୋଜିବାକୁ ପଡିବ । ତେବେ ଏହା ଛଡା ଆୟୁର୍ବେଦିକ ଔଷଧରେ ମଧ୍ୟ ମାନସିକ ଥକାପଣ ଦୂର ହୋଇପାରବ ।
ମାନସିକ ଥକାପଣରୁ ରକ୍ଷା ପାଇବା ପାଇଁ ଆପଣ ତିନୋଟି ଆୟୁର୍ବେଦିକ ଔଷଧ ମଧ୍ୟ ବ୍ୟବହାର କରିପାରିବେ। ଏହା ନିଶ୍ଚିତ ଭାବରେ ଆପଣଙ୍କୁ ଆରାମ ଦେବ। ଏଥିରେ ଅଶ୍ୱଗନ୍ଧା, ଶଙ୍କପୁଷ୍ପି ଏବଂ ବ୍ରାହ୍ମୀ ଅନ୍ତର୍ଭୁକ୍ତ ।

ଅଶ୍ୱଗନ୍ଧା ଏପରି ଏକ ଇଶ୍ୱରୀୟ ଔଷଧ, ଯାହା ଆପଣଙ୍କୁ ମାନସିକ ଚାପରୁ ରକ୍ଷା କରିଥାଏ। କେବଳ ଅସୁସ୍ଥତା ସମୟରେ ଏହି ଔଷଧ ଖାଇବା ଆବଶ୍ୟକ ତାହା ନୁହେଁ ସକ୍ରିୟ ରହିବାକୁ ଆପଣ ଏହାକୁ ମଧ୍ୟ ବ୍ୟବହାର କରିପାରିବେ। ବ୍ରାହ୍ମୀ ଆପଣଙ୍କ ସ୍ମୃତି ଶକ୍ତି ବୃଦ୍ଧି କରିପାରିବ। ଏହା ସହିତ, ଏହା ମାନସିକ ଥକ୍କାପଣରୁ ମୁକ୍ତି ଏବଂ ହରମୋନ୍ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ। ଜିନିଷଗୁଡ଼ିକୁ ମନେରଖିବାରେ ଯଦି କୌଣସି ଅସୁବିଧା ଥାଏ, ତେବେ ଆପଣ ବ୍ରହ୍ମୀଙ୍କୁ ଗ୍ରହଣ କରିବା ଜରୁରୀ।

ତେବେ ତୃତୀୟ ଔଷଧ ମନକୁ ଠିକ୍ ରଖିବାରେ ସାହାଯ୍ୟ କରେ। ଯାହାକି ଶଙ୍କପୁଷ୍ପି ନାମରେ ଖୁବ୍ ଜଣାଶୁଣା। ଏହାକୁ ଖାଇବା ଦ୍ୱାରା ଉଭୟ ଶରୀର ଏବଂ ମନ ସତେଜ ହୁଏ ଓ ଏହା ସ୍ବାସ୍ଥ୍ୟ ଠିକ୍ ରହିଥାଏ। ତେଣୁ ଆପଣ ଏହାକୁ ପ୍ରତ୍ୟେକ ଦିନ ଖାଇପାରିବେ।କାରଣ ଏହା ପାକସ୍ଥଳୀକୁ ମଧ୍ୟ ଥଣ୍ଡା ରଖିଥାଏ। କିନ୍ତୁ ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଆପଣଙ୍କୁ ପ୍ରଥମେ ଚିନ୍ତା ମୁକ୍ତ ହେବାକୁ ପଡ଼ିବ।