ଚାଷୀ ଆନେ୍ଦାଳନ ପ୍ରତ୍ୟାହୃତ

ଚାଷୀ ଆନେ୍ଦାଳନ ପ୍ରତ୍ୟାହୃତ

ଚାଷୀ ଆନେ୍ଦାଳନ ପ୍ରତ୍ୟାହୃତ
ଭୁବନେଶ୍ୱର:ଦୁଇ ଦିନ ଧରି ଚାଲିଥିବା ଚାଷୀ ଆନେ୍ଦାଳନ ପ୍ରତ୍ୟାହାର କରାଯାଇଛି । ଚାଷୀ ଆନେ୍ଦାଳନ ପ୍ରତ୍ୟାହାର ଘୋଷଣା କଲେ ଆବାହକ ଅଶୋକ ପ୍ରଧାନ । ଚାଷୀ ପ୍ରତିନିଧି ବୈଠକରେ ଆଲୋଚନା ପରେ ଆନେ୍ଦାଳନ ପ୍ରତ୍ୟାହାର ଘୋଷଣା କରାଯାଇଛି । ମନ୍ତ୍ରୀ , ବିଧାୟକଙ୍କ ପ୍ରତିଶ୍ରୃତି ଦେବା ପରେ ଚାଷୀଙ୍କ ବୈଠକ ବସିଥିଲା । ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ରୋହିତ ପୂଜାରୀ ପ୍ରତିଶ୍ରୁତି ଦେଇଥିଲେ । ଆସନ୍ତାକାଲି ଠାରୁ ଧାନ ମଣ୍ଡି ଖୋଲି ବିକି୍ର କରାଯିବ । ସୂଚନାଯୋଗ୍ୟ ଯେ, ଧାନ ସଂଗ୍ରହରେ ଟୋକନକୁ ବିରୋଧ କରି ଚାଷୀ ଆନେ୍ଦାଳନ ଚାଲି ଥିଲା । ପଶ୍ଚିମ ଓଡିଶା ଚାଷୀମାନେ ଧାନ ବସ୍ତା ରାସ୍ତାରେ ରଖି ଅବରୋଧ କରିଥିଲେ । ବିଧାୟକଙ୍କ ଘର ସମ୍ମୁଖରେ ଛିଡା ହୋଇ ପ୍ରତିବାଦ କରୁଥିଲେ । ଟୋକନ ବ୍ୟବସ୍ଥା ଚାଷୀମାନେ ବିରୋଧ କରି ଆନେ୍ଦାଳନ କରୁଥିଲେ ।