ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ

ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ

ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ
ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୋଇବାହାଲି ଠାରେ ଗତକାଲିଠାରୁ ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି । ପଲସଦା,ଭେଙ୍ଗରାଜପୁର ପଞ୍ଚାୟତ ତଥା ପଡୋଶୀ ଗ୍ରାମ ବାସୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ପାଇଁ ସକାଳ ୧୦ଟା ସମୟରେ ଏକ କଳସ ଯାତ୍ରା ସହ ସଂସ୍କୃତିକ ଶୋଭାଯାତ୍ରା କରାଯାଇଥିଲା। ଡୁଙ୍ଗୁରିପାଲି ଗାଁରୁ କଳସ ବାହାରି ଗୋପପୁର କେର୍ମେଲାବାହାଲ ଠାରେ ପହଞ୍ଚିବା ବେଳେ ସନ୍ଧ୍ୟାରେ ମଥୁରା ନଗରୀ ରେ ମହାରାଜ ଉଗ୍ରେସନଙ୍କ ଦିଗ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମୁଖ୍ଯ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ । କେର୍ମେଲାବାହାଲ ସରପଞ୍ଚ ରୁପ୍ଯାକାନ୍ତି ପ୍ରଧାନ,ପଲସଦା ସମିତି ସଭ୍ଯା ଜ୍ଯୋତ୍ସ୍ନା ରାଣୀ ଲୁହାର, ପୂର୍ବତନ ସରପଞ୍ଚ ଯୁଗଳ କିଶୋର ସାହୁ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ। ଉକ୍ତ ସଭାକାର୍ଯ୍ଯ ଶାନ୍ତନୁ କୁମାର ସାହୁ ପରିଚାଳନା କରିଥିଲେ। ଧନୁଯାତ୍ରା ମହୋତ୍ସବ କମିଟିର ସମସ୍ତ ସଦସ୍ଯ ସହଯୋଗ କରିଥିଲେ।