ଘୋଷଣା କଲେ ନୂଆ ଦଳ ଗୁଲାମନବୀ

ଘୋଷଣା କଲେ ନୂଆ ଦଳ ଗୁଲାମନବୀ

ଘୋଷଣା କଲେ ନୂଆ ଦଳ ଗୁଲାମନବୀ

 

ନୂଆଦିଲ୍ଲୀ: ଗୁଲାମ ନବୀ ଆଜାଦ ଆଜି ତାଙ୍କ ନୂଆ ଦଳର ନାମ ଘୋଷଣା କରିଛନ୍ତି। ସେ ତାଙ୍କ ଦଳର ନାମ ‘ଡେମୋକ୍ରାଟିକ୍ ଆଜାଦ ପାର୍ଟି’ ରଖିଛନ୍ତି। ଆଜାଦ ୨୬ ଅଗଷ୍ଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହା ପରେ ସେ କହିଥିଲେ ଯେ ଖୁବ୍ ଶୀଘ୍ର ସେ ନୂଆ ଦଳର ନାମ ଘୋଷଣା କରିବେ। ତାଙ୍କ ଦଳର ଆଦର୍ଶ ସ୍ୱାଧୀନ ହେବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ, ଗୁଲାମ ନବୀ ଆଜାଦ ରବିବାର ନିଜେ ଶ୍ରୀନଗରରେ ପହଞ୍ଚିଛନ୍ତି। ସେ ସେପ୍ଟେମ୍ବର ୨୭ ପର୍ୟ୍ୟନ୍ତ ସେଠାରେ ରହିବେ। ଏହା ପରେ ସେ ଦିଲ୍ଲୀ ଗସ୍ତ କରିବେ।

ଗୁଲାମ ନବୀ କହିଥିଲେ ଯେ ତାଙ୍କ ଦଳରେ କେବଳ ଧର୍ମନିରପେକ୍ଷ ଲୋକ ଯୋଗ ଦେଇ ପାରିବେ। ଦଳର ନାମ ସମ୍ପର୍କରେ ସେ ଜନସାଧାରଣଙ୍କଠାରୁ ପରାମର୍ଶ ଲୋଡିଥିଲେ। ଶ୍ରୀନଗର ଗସ୍ତ ସମୟରେ ମଧ୍ୟ ସେ ସମର୍ଥକଙ୍କ ସହ ଦଳର ନାମକରଣକୁ ନେଇ ଆଲୋଚନା କରିଥିଲେ ଏବଂ ଏହା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ନୂତନ ଦଳ ଘୋଷଣା କରିଛନ୍ତି।