ଘରୋଇ ହସ୍ପିଟାଲରେ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି

ଘରୋଇ ହସ୍ପିଟାଲରେ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି

ଘରୋଇ ହସ୍ପିଟାଲରେ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କୁ  ଚିଠି
ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି । ଏନେଇ ସ୍ୱାସ୍ଥ୍ୟ ଏସିଏସ ପ୍ରଦୀପ୍ତ ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ଏସିଏସ ପ୍ରଦୀପ୍ତ ମହାପାତ୍ର ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆୟୁଷ୍ମାନ ଭାରତରେ ସାମିଲ ଘରୋଇ ହସ୍ପିଟାଲକୁ ଟିକା କେନ୍ଦ୍ର କରାଯିବ । ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନାହିଁ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଘରୋଇ ହସ୍ପିଟାଲକୁ ଅନୁମତି ମିଳୁ । ୧୮୩ ଘରୋଇ ହସ୍ପିଟାଲକୁ ଟିକା କେନ୍ଦ୍ରଭାବେ ଅନୁମତି ମିଳୁ ବୋଲି ଏସିଏସ ପ୍ରଦୀପ୍ତ ମହାପାତ୍ର ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି