ଘନ କୁହୁଡି :୮୮ଟି ଟ୍ରେନକୁ ବାତିଲ

ଘନ କୁହୁଡି :୮୮ଟି ଟ୍ରେନକୁ ବାତିଲ

ଘନ କୁହୁଡି :୮୮ଟି ଟ୍ରେନକୁ ବାତିଲ

ନୂଆଦିଲ୍ଲୀ : ଦେଶର ଉତ୍ତର, ପୂର୍ବ, ଉତ୍ତର-ପୂର୍ବ ଓ କେନ୍ଦ୍ରାଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି। ଏହି କୁହୁଡି ଯୋଗୁଁ ବିଭିନ୍ନ ସ୍ଥାନରେ ରେଳ ଓ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ରବିବାର ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ କୁହୁଡି ଯୋଗୁଁ ୪୮୦ଟି ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। କୁହୁଡି ଯୋଗୁଁ ୩୩୫ଟି ଟ୍ରେନ ସମୟ ବିଳମ୍ବିତ ହୋଇଥିବାବେଳେ ୮୮ଟି ଟ୍ରେନକୁ ବାତିଲ କରାଯାଇଛି। ୩୧ଟି ଟ୍ରେନର ଗତିପଥ ପରିବର୍ତ୍ତନ ହୋଇଥିବାବେଳେ ୩୩ଟି ଟ୍ରେନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। କୁହୁଡି ଯୋଗୁଁ ୫୦ ମିଟର ଦୂରତା ପର୍ୟ୍ୟନ୍ତ ଦୃଶ୍ୟମାନ ହୋଇପାରି ନଥିଲା। ସେହିପରି ଦିଲ୍ଲୀ ଆନ୍ତର୍ଜାତିକ ବିମାନବନ୍ଦରରେ ଅନେକ ବିମାନର ଉଡାଣ ବିଳମ୍ବିତ ହୋଇଛି। ବିମାନ ଉଡାଣ ବିଳମ୍ବିତ ହେବାରୁ ଯାତ୍ରୀମାନଙ୍କୁ ବହୁ ସମୟ ଧରି ବିମାନବନ୍ଦରରେ ଅଟକି ରହିବାକୁ ପଡିଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ୨୦ଟି ବିମାନ ଉଡାଣ ବିଳମ୍ବିତ ହୋଇଛି। ଯାତ୍ରୀମାନଙ୍କୁ ବିମାନ ଉଡାଣ ସ୍ଥିତିକୁ ଯାଞ୍ଚ କରି ବିମାନବନ୍ଦର ଆସିବାକୁ ପରାମର୍ଶ ଦିଆଯାଇଛି।