ଗୋଟିଏ କଳସ ପାଣିର ମୂଲ୍ୟ ଲକ୍ଷେ ୩୦ ହଜାର

ଗୋଟିଏ କଳସ ପାଣିର ମୂଲ୍ୟ ଲକ୍ଷେ ୩୦ ହଜାର

ଗୋଟିଏ କଳସ ପାଣିର ମୂଲ୍ୟ ଲକ୍ଷେ ୩୦ ହଜାର

ଭୁବନେଶ୍ୱର: ଗୋଟିଏ କଳସୀ ଜଳର ମୂଲ୍ୟ ଲକ୍ଷେ ୩୦ ହଜାର ଟଙ୍କା। ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ଶହ ଶହ ବର୍ଷ ଧରି ଏହି ପରମ୍ପରା ଚାଲିଛି  । ମରିଚୀକୁଣ୍ଡର କଳେସିଏ ପାଣିକୁ ଜଣେ ବ୍ୟକ୍ତି ୧ ଲକ୍ଷ ୩୦ ହଜାର ଟଙ୍କାରେ ନିଲାମ ନେଇଛନ୍ତି  । ସେହିପରି ଆଉ ଏକ କଳସୀ ପାଣି ବି ୪୭ ହଜାର ଟଙ୍କାରେ ନିଲାମ ହୋଇଛି ।

କେଦାରଗୌରୀସ୍ଥ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରହିଛି ମରିଚିକୁଣ୍ଡ  । ଯେଉଁ ସ୍ତ୍ରୀ ଲୋକମାନଙ୍କର କୌଣସି ପିଲାପିଲି ହେଉନଥା’ନ୍ତି ବା ସନ୍ତାନ ଜନ୍ମ ହୋଇ ମରିଯା’ନ୍ତି, ସେମାନେ ରୁକୁଣା ରଥଯାତ୍ରାର ପୂର୍ବଦିନ ଅଧିବାସ ପୂର୍ବକ ମରିଚିକୁଣ୍ଡର ଜଳରେ ସ୍ନାନ କରନ୍ତି  । ଏହା କରିବା ଦ୍ୱାରା ତାଙ୍କର ସନ୍ତାନ ଜନ୍ମଲାଭ ହୋଇ ବଞ୍ôଚ ରହିଥାଏ  । ଓଡ଼ିଆମାନଙ୍କର ଏହା ଉପରେ ବହୁତ ବିଶ୍ୱାସ ଥିବାରୁ ବନ୍ଧ୍ୟାନାରୀମାନେ ପୁରପଲ୍ଲୀରୁ ଏଠାକୁ ଆସି ସ୍ନାନ କରିଥା’ନ୍ତି  ।

ଶୁକ୍ରବାର ରାତି ପ୍ରାୟ ୧୧ଟାରେ ମରୀଚିକୁଣ୍ଡରୁ ପାଣି ଉଠିଥିଲା  । ରଥପ୍ରତିଷ୍ଠା ପାଇଁ ପାଣି ଯିବା ପରେ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଥିଲା  । ଭୁବନେଶ୍ୱରର ସୁନନ୍ଦା ପ୍ରଧାନ ଓ ବିରଞ୍ôଚ ପ୍ରଧାନ ପ୍ରଥମ କଳସୀ ପାଣିକୁ ୧ ଲକ୍ଷ ୩୦ ହଜାର ଟଙ୍କାରେ ନିଲାମ ନେଇଥିଲେ  । ସେହିପରି ଦ୍ୱିତୀୟ କଳସୀ ପାଣିକୁ ୪୭ ହଜାର ଟଙ୍କାରେ ନିଲାମ ନେଇଥିଲେ ଭୁବନେଶ୍ୱର ବାହାଦଲପୁର ଅଞ୍ଚଳର ଲିପିନା ସାହୁ ଓ ସୁଶାନ୍ତ ସାହୁ  ।