ଗେମ୍‌ ଖେଳୁଥିବା ବେଳେ ଫାଟିଲା ମୋବାଇଲ, ତା’ପରେ

ଗେମ୍‌ ଖେଳୁଥିବା ବେଳେ ଫାଟିଲା ମୋବାଇଲ, ତା’ପରେ

ଗେମ୍‌ ଖେଳୁଥିବା ବେଳେ ଫାଟିଲା ମୋବାଇଲ, ତା’ପରେ

ବିନିକା : ଫ୍ରି ଫାୟାର ଗେମ୍‌ ଖେଳୁଥିବା ବେଳେ ହଠାତ୍‌ ବ୍ଲାଷ୍ଟ କଲା ମୋବାଇଲ୍‌। ଅଳ୍ପକେ ବର୍ତ୍ତିଗଲା ଯୁବକଙ୍କ ଜୀବନ। ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି।

ବିନିକା ବ୍ଲକ ମହଦା ପଞ୍ଚାୟତ କେନପାଲି ଗାଁର ୨୨ ବର୍ଷୀୟ ଯୁବକ ପୁରୁଣ ଜାଲ ମୋବାଇଲକୁ ତଳେ ରଖି ଫ୍ରି’ ଫାୟାର ଗେମ୍‌ ଖେଳୁଥିଲେ। ଠିକ୍‌ ସେହି ସମୟରେ ହଠାତ୍‌ ମୋବାଇଲଟି ବ୍ଲାଷ୍ଟ କରିଥିଲା। ବ୍ଲାଷ୍ଟ ପରେ ମୋବାଇଲ୍‌ଟି ଛିନ୍‌ଛତର ହୋଇଯାଇଥିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲା ଯୁବକଙ୍କ ଜୀବନ।

ସୂଚନାରୁ ପ୍ରକାଶ, ଆଜିର ଯୁବ ପିଢ଼ି ଅନେକ ସମୟରେ ମୋବାଇଲ୍‌ରେ ଗେମ୍‌ ଖେଳୁଥିବା ଦେଖିବାକୁ ମଳୁଛି। ଅସାବଧାନତା ଯୋଗୁ ମୋବାଇଲ ଗୁଡ଼ିକ ଗରମ ହୋଇ ଫାଟି ଯାଉଛି। ଚାଇନା ମୋବାଇଲ ଗୁଡ଼ିକ ବେଶୀ ଫାଟି ଯାଉଥିବା ଅଭିଯୋଗ ହେଉଛି।