ଗୁଣିଗାରେଡ଼ି ଯୋଗୁଁ ୩ ଜଣଙ୍କୁ ଅପହରଣ କରି ହତ୍ୟା
ଗୁଣିଗାରେଡ଼ି ଯୋଗୁଁ ୩ ଜଣଙ୍କୁ ଅପହରଣ କରି ହତ୍ୟା
ଅନୁଗୁଳ : ଅନୁଗୁଳ ଜିଲ୍ଲା ଖମାର ଥାନା କୁଞ୍ଜାମ ପଞ୍ଚାୟତ ଢିପସାହିର ମୋଟେଇ ଗାଗରାଇ(୪୫) ଅପହରଣ ଘଟଣାର ତଦନ୍ତରୁ ପୁଲିସ ହାତରେ ନୂଆ ତଥ୍ୟ ଲାଗିଛି । କେବଳ ମୋଟେଇ ନୁହେଁ, ଜିତୁମୁଣ୍ଡା ଗାଁର ତାଙ୍କ କକା ବୁଧୁରାମ ଚାତର(୫୫) ଓ ବୁଧୁରାମଙ୍କ ପନôୀ ମୁନୀ ଚାତର(୩୫)ଙ୍କୁ ମଧ୍ୟ ଅପହରଣ କରାଯାଇଛି । ଗାଁ ନିକଟ ସମାକୋଇ ନଦୀରୁ ରବିବାର ଦିନ ବୁଧୁରାମଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏ ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଗୁଣିଗାରେଡ଼ି ଯୋଗୁଁ ଉପରୋକ୍ତ ୩ ଜଣଙ୍କୁ ଅପହରଣ କରି ହତ୍ୟା କରାଯାଇଥାଇପାରେ ବୋଲି ପୁଲିସ ସନେ୍ଦହ କରିଛି । ଖମାର ଥାନାଧିକାରୀ ଜ୍ଞାନରଞ୍ଜନ ସାମଲଙ୍କ ସୂଚନା ଅନୁଯାୟୀ, ଗତ ୩୦ ତାରିଖରେ ମୋଟେଇ ଗାଗରାଇ ତାଙ୍କ କକା ଜିତୁମୁଣ୍ଡା ଗାଁର ବୁଧୁରାମ ଚାତରଙ୍କ ଘରକୁ ଆସିଥିବାବେଳେ କିଛି ଲୋକ ମୋଟେଇଙ୍କୁ ବାନ୍ଧି ଜଙ୍ଗଲ ଭିତରକୁ ନେଇଯାଇଥିଲେ ।