ଗିରଫ ହେଲେ ଯୁବରାଜ ସିଂହ, ଜାଣନ୍ତୁ କ’ଣ ଥିଲା କାରଣ
ଗିରଫ ହେଲେ ଯୁବରାଜ ସିଂହ, ଜାଣନ୍ତୁ କ’ଣ ଥିଲା କାରଣ
ମୁମ୍ବାଇ : ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ଅଲରାଉଣ୍ଡର ଯୁବରାଜ ସିଂଙ୍କୁ ରବିବାର ହରିୟାଣା ପୁଲିସ ଗିରଫ କରିଥିଲା। ହେଲେ କିଛି ସମୟ ପରେ ତାଙ୍କୁ ଜାମିନ ଦିଆଯାଇଥିଲା। ଗତବର୍ଷ ଲକଡାଉନ ସମୟରେ ସୋସିଆଲ ମିଡିଆରେ କଥା ହେବା ବେଳେ ସେ କ୍ରିକେଟର ଯୁଜୁବେନ୍ଦ୍ର ଚହଲଙ୍କ ଜାତିକୁ ନେଇ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଆଉ ସେହି ଭିଡିଓଟି ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା । ପରେ ଯୁବରାଜ ସିଂଙ୍କ ନାମରେ ହରିୟାଣାର ହିସାରର ହାଂସି ନଗରରେ ଅନୁସୂଚିତ ଜାତି ଆଇନ ଅଧୀନରେ ଏକ ମାମଲା ରୁଜୁ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ହରିୟାଣା ହାନସି ପୁଲିସ ଯୁବରାଜଙ୍କୁ ଗିରଫ କରିବା ଖବର ଗୁପ୍ତ ରଖିଥିଲା ।
ସବୁଠାରୁ ବଡ଼କଥା ହେଲା, ଯୁବରାଜଙ୍କୁ ଗିରଫ କରିବାର ପରେ ୩ ଘଂଟା ଧରି ଯୁବରାଜଙ୍କୁ ପୁଲିସ ପଚରାଉଚରା କରିଥିଲା । ଠିକ୍ ସେହି ସମୟ ଭିତରେ ଯୁବରାଜଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିଗଲା । ଏହି ମାମଲାରେ କିଛି ଦିନ ତଳେ ହାଇକୋର୍ଟ ଯୁବରାଜ ସିଂହଙ୍କୁ ଆଗୁଆ ଜାମିନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ହାଂସୀ ପୁଲିସ୍ ତାଙ୍କୁ ଔପଚାରିକ ଭାବେ ଗିରଫ କରିଥିଲା । ପୁଲିସ୍ ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲା ଏବଂ ପରେ ଆଗୁଆ ଜାମିନର ଡକ୍ୟୁମେଣ୍ଟ ଆଧାରରେ ତାଙ୍କୁ ଛାଡ଼ି ଦେଇଛି ଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।
ସୂଚନା ମୁତାବକ, ସାମାଜିକ କର୍ମୀ ରଜତ କଲସନ୍ ପୁଲିସରେ ଅଭିଯୋଗ କରିଥିଲେ, ଯେଉଁ ଆଧାରରେ ଯୁବରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ତେବେ ଯୁବରାଜଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା ଯେ ସେ ଅନୁସୂଚିତ ଜାତି ସମାଜ ବିରୋଧରେ ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିଥିଲେ ।




admin 