ଗାନ୍ଧୀଙ୍କ ମୃତ୍ୟୁ ତଥ୍ୟ ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଗାନ୍ଧୀଙ୍କ ମୃତ୍ୟୁ ତଥ୍ୟ ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଗାନ୍ଧୀଙ୍କ ମୃତ୍ୟୁ ତଥ୍ୟ ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ସରକାରୀ ଡକୁ୍ୟମେଣ୍ଟରେ ଗାନ୍ଧୀଙ୍କ ମୃତୁ୍ୟ ସମ୍ପର୍କିତ ଭୁଲ ତଥ୍ୟ ପ୍ରସଙ୍ଗରେ ଶନିବାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିବୃତି ରଖିଛନ୍ତି । ଡକୁ୍ୟମେଣ୍ଟରେ ହୋଇଥିବା ତ୍ରୁଟି ଅନିଚ୍ଛାକୃତ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ଘଟଣାକୁ ବିଭ୍ରାନ୍ତ ଓ ପରିବର୍ତ୍ତନ କରି ଦର୍ଶାଇବା ଉଦେ୍ଧଶ୍ୟ ନଥିଲା । ମାସକ ମଧ୍ୟରେ ପୁନଃମୁଦ୍ରଣ କରି ଲିଫଲେଟ ବଣ୍ଟାଯିବ । ଲିଫଲେଟ ପ୍ରସ୍ତୁତିରେ ସମ୍ପୃକ୍ତ କର୍ମଚାରୀଙ୍କୁ ସେବାନିବୃତ କରାଯିବ । ଏହି ଘଟଣାକୁ ନେଇ ୨ ଜଣ ଅଧିକାରୀଙ୍କୁ ମଧ୍ୟ କୈଫିୟତ ତଲବ କରାଯାଇଥିବା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ପ୍ରକାଶ ଯେ, ବିଧାନସଭା ଶୀତ ଅଧିବେସନର ତୃତୀୟ ଦିନରେ ଅର୍ଥାତ ଶୁକ୍ରବାର ଗାନ୍ଧିଜୀଙ୍କ ମୃତୁ୍ୟ ଆକସ୍ମିକ ହୋଇଥିବା ଲେଖାକୁ ନେଇ କଡ଼ା ବିରୋଧ କରାଯାଇଥିଲା । ନାଥୁରାମ ପ୍ରସଙ୍ଗରେ ବିଧାନସଭା କମ୍ପିଥିଲା । ଗାନ୍ଧିଜୀଙ୍କ ମୃତୁ୍ୟ ସମ୍ପର୍କିତ ଭୁଲ ତଥ୍ୟକୁ ନେଇ ଗୃହ ସରଗରମ ହୋଇଥିଲା । ତେବେ ଏହାକୁ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଥିଲେ । ବିଭାଗୀୟ ମନ୍ତ୍ରୀ ଶନିବାର ଗୃହରେ ଉତ୍ତର ରଖିବାକୁ ବାଚସ୍ପତି ଶ୍ରୀ ପାତ୍ର ରୁଲିଂ ଦେଇଥିଲେ । ପ୍ରକାଶ ଯେ, ପାଠ୍ୟ ପୁସ୍ତକରେ ଗାନ୍ଧିଜୀଙ୍କ ମୃତୁ୍ୟ ସମ୍ପର୍କିତ ଭୁଲ ତଥ୍ୟକୁ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଥିଲେ ଯେ, ବିଜେଡି- ବିଜେପି ମଧ୍ୟରେ ଏବେ ସଲାସୁତୁରା ଚାଲିଛି । ତେବେ ବହିରେ ଯଦି ସରକାର ଜାଣି ଏ ସମ୍ପର୍କରେ ଛାପିଛନ୍ତି ତେବେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଯଦି ଅଜାଣତରେ ଛପା ଯାଇଛି, ତେବେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ ।