ଗାଡ଼ି ଧୋଉଛନ୍ତି ଧୋନି-ଜିଭା

ଗାଡ଼ି ଧୋଉଛନ୍ତି ଧୋନି-ଜିଭା

ଗାଡ଼ି ଧୋଉଛନ୍ତି ଧୋନି-ଜିଭା
ରାଞ୍ଚି: ଆଉ ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି । ଏହା ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଗାଡ଼ି ଧୋଇବାରେ ତାଙ୍କ ଝିଅ ଜିଭାଙ୍କ ସହାୟତା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି । ଉଭୟ ବାପା-ଝିଅ ଦୀପାବଳି ପୂର୍ବରୁ ନିଜ ଗାଡ଼ିକୁ ସଫାସୁତୁରା କରିବା ବେଳର ଏକ ଭିଡିଓକୁ ଧୋନି ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଥିଲେ । ଏଥିରେ ଧୋନି ଲେଖିଥିଲେ, ଏହି ଛୋଟ ସହଯୋଗ ସବୁବେଳେ କାମରେ ଆସିଥାଏ, ବିଶେଷ କରି ନିଜ ଲୋକଙ୍କ ପାଇଁ ଏହା ବଡ଼ ଗାଡ଼ି ସଦୃଶ । ଏହି ଭିଡିଓ ପୋଷ୍ଟ୍ ହେବା ପରେ ୨ କୋଟିରୁ ଅଧିକ ଲୋକ ଏହାକୁ ଲାଇକ୍ କରିସାରିଲେଣି । ବଲିଉଡ୍ ଅଭିନେତା ରଣବୀର କାପୁର ଏହାକୁ ଦେଖିବା ସହ ନିଜର ମତ ଦେଇ ଲେଖିଛନ୍ତି, "ଡାଡିଙ୍କର ଛୋଟ ହେଲ୍ପର୍' ।