ଗାଁ ଦାଣ୍ଡରେ ମହିଳାଙ୍କ ଗଳାକାଟି ହତ୍ୟା

ଗାଁ ଦାଣ୍ଡରେ ମହିଳାଙ୍କ ଗଳାକାଟି ହତ୍ୟା

ଗାଁ ଦାଣ୍ଡରେ ମହିଳାଙ୍କ ଗଳାକାଟି ହତ୍ୟା
ବ୍ରହ୍ମପୁର: ପୁହୁଣ୍ଡ ଗାଁରେ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଗାଁ ଦାଣ୍ଡରେ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଜରଡା ଥାନା ଅନ୍ତର୍ଗତ ପୁହୁଣ୍ଡି ଗାଁ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡର କୌଣସି କାରଣ ଜଣାପଡି ନାହିଁ । ଗାଧୋଇବାକୁ ନଦୀକୁ ଯାଉଥିବା ବେଳେ ଗାଁ ଦାଣ୍ଡରେ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଂଚି ତନାଘନା କରୁଛି ।