ଗହଣା ଯତ୍ନ ପାଇଁ ଟିପ୍ସ

ଗହଣା ଯତ୍ନ ପାଇଁ ଟିପ୍ସ

ଗହଣା ଯତ୍ନ ପାଇଁ ଟିପ୍ସ
ଯୁବତୀ ଓ ମହିଳାଙ୍କର ବିଭିନ୍ନ ପ୍ରକାର ଆଭୂଷଣ ପ୍ରତି ଅହେତୁକ ଦୁର୍ବଳତାରହିଛି । ସୁନା, ରୂପା ପ୍ଲାଟିନମ ସହ ଅନ୍ୟାନ୍ୟ ଧାତୁ ନିର୍ମିତ ଆଭୁଷଣର ଲୋକପି୍ରୟତା ଧୀରେ ଧୀରେ ବଢ଼ିବାରେ ଲାଗିଛି । ତେବେ ଏହି ସବୁର ଯତ୍ନ ଉତ୍ତମ ଭାବରେ ନେଲେ ଏଗୁଡ଼ିକର ସ୍ଥାୟିତ୍ୱ ଓ ଚମକ ଅଧିକ ଦିନ ରହିଥାଏ । ପ୍ରତ୍ୟେକ ଗହଣାକୁ ସଫା ରଖିବା ସହ ଆଲମାରିରେ ରଖିବା ପୂର୍ବରୁ ଏକ ସୂତା କପଡ଼ାରେ ପୋଛି ରଖନ୍ତୁ । ଯେକୌଣସି ଧାତୁର ଗହଣା ହେଉ, ତାକୁ ପିନ୍ଧିବା ପରେ ତେଲ, କି୍ରମ, ଲୋସନ କିମ୍ବା ପରଫୁ୍ୟମ ଏହା ଉପରେ ଲଗାଇବା ଅନୁଚିତ । ଗହଣା ପିନ୍ଧିବା ପୂର୍ବରୁ ଏସବୁର ପ୍ରୟୋଗ କରିନେବା ଭଲ । ସବୁ ଗହଣାକୁ ଗୋଟିଏ ସ୍ଥାନରେ ରଖନ୍ତୁ ନାହିଁ । ଏପରି କଲେ ଗହଣା ଭାଙ୍ଗିଯିବାର ଆଶଙ୍କା ରହିଛି । ଅଧିକାଂଶ ଯୁବତୀ ଓ ମହିଳା ଶୋଇଥିବା ବେଳେ ସେମାନଙ୍କ ଗହଣା ଅସାବଧାନତା କାରଣରୁ ଭାଙ୍ଗିଯାଏ । ତେବେ ଶୋଇବା ପୂର୍ବରୁ ଗହଣା ବାହାର କରି ଅନ୍ୟତ୍ର ରଖିବା ଉଚିତ । ପ୍ରତ୍ୟେକ ଗହଣାକୁ ଶୁଖିଲା ତଥା ଅନ୍ଧାରୁଆ ସ୍ଥାନରେ ବ୍ୟାଗରେ ରଖିବା ଆବଶ୍ୟକ ।