ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଉଦ୍ୟମ

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଉଦ୍ୟମ

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ଓଡ଼ିଶାରେ ମାଟ୍ରିକ ପରୀକ୍ଷାକୁ ନେଇ ଥିବା ଅସନ୍ତୋଷ ଶେଷ ହୋଇନାହିଁ । ମାଟ୍ରିକ ପରୀକ୍ଷା ଫଳ ବାହାରିବା ପରେ ବେଶ କିଛି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଓ ଅଭିଭାବକ ଆନେ୍ଦାଳନ  କରିଥିବା ଦେଖିବାକୁ ମିଳିଥିଲା । ଏବେ ମାଟ୍ରିକ ଅଫଲାଇନ ପରୀକ୍ଷାକୁ ନେଇ ଅସନ୍ତୋଷ ଆରମ୍ଭ ହୋଇଛି ।  ଯାହାକୁ  ନେଇ ମା’ ଓ ପୁଅ ମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିବା ଭଳି ଏକ ଅଭବନୀୟ ଘଟଣା ଘଟିଛି ।

 ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଘର ଆଗରେ ଉଭୟ ମା ଓ ପୁଅ ଆତ୍ମାହୂତି ଦେବାକୁ ଉଦ୍ୟମ କରିଛନ୍ତି ।  କିରାସିନି ବୋତଲ ଧରି ଉଭୟ ଆତ୍ମାହୁତି ଉଦ୍ୟମ ବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା ।  ଉଭୟଙ୍କୁ କ୍ୟାପିଟାଲ ଥାନା ଥାନାରେ ଅଟକ ରଖି ପୁଲିସ ବୁଝାସୁଝା କରୁଛି ।  ମାଟ୍ରିକ ଅଫଲାଇନ ଫର୍ମଫିଲପକୁ ନେଇ ମା ଓ ପୁଅ ଅସନ୍ତୁଷ୍ଟ ଥିଲେ ।  ସ୍କୁଲ ଫର୍ମଫିଲପ କରାଇନଥିବାରୁ ଗତକାଲି ଉଭୟ ଧାରଣା ଦେଇଥିଲେ ।  ତେବେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଘର ଆଗରେ ଉଭୟ ମା ଓ ପୁଅ ଆତ୍ମାହୂତି ଦେବାକୁ ଉଦ୍ୟମ କରିଛନ୍ତି ।