ଗଡ଼ମାଣତିର ଗ୍ରାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ଗଡ଼ମାଣତିର ଗ୍ରାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତିର ଗ୍ରାମରେ ଅନୁଷ୍ଠିତ ହୋଇଛି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ରାମଚଣ୍ଡୀ କ୍ରିକେଟ ଟିମ ର ଅନୀଲ କୁମାର ରାଉତରାୟ ଏବଂ ସୂର୍ୟ୍ୟକାନ୍ତ ଜୁଝାରସିଂହଙ୍କ ନେତୃତ୍ୱରେ ୭ ଦିନ ବ୍ୟାପି ଚାଲିଥିଲା ବିପିନବିହାରି ସୁନ୍ଦରାୟ ୬ଷ୍ଠ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗୁରୁଜଙ୍ଗ ଯାଆଁଳା ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ୧୮ ଓଭରରେ ଗୁରୁଜଙ୍ଗ ୧୭୬ ରନ ସଂଗ୍ରହ କରିଥିବାବେଳେ ଯାଆଁଳା ସମସ୍ତ ଉଇକେଟ ବିନିମୟରେ ୧୭୫ ରନ କରି ଗୁରୁଜଙ୍ଗ ଠାରୁ ପରାସ୍ତ ହୋଇଥିଲା ।
ସ୍କୋରର ସମୀର ସୁନ୍ଦରାୟ , ଅନୀଲ ମହାପାତ୍ର , ବିକାଶ ଦାସ ଖେଳ ପରିଚାଳନା କରିଥିଲେ । ରାଜଦିପ ମ୍ୟାନ ଅଫ ଦି ମ୍ୟାଚ ଏବଂ ଅଭିଷେକ ପଟ୍ଟନାୟକ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ସାଇ ଟ୍ରଷ୍ଟ ଓଡ଼ିଶାର ମୁଖ୍ୟ ଦିପକ କୁମାର ବରାଡ଼, ସମ୍ମାନିତ ଅତିଥି ସମାଜସେବୀ ଶିବ ନାରାୟଣ ମିଶ୍ର, ସରପଞ୍ଚ କରୁଣାକର ଦଳସିଂହରାୟ , ବିଜୟ କୁମାର ସୁନ୍ଦରାୟ, ଦାଶରଥି ରାଉତରାୟ ଏବଂ ପଦ୍ମଲୋଚନ ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବିଜୟୀ ଦଳକୁ ୧୦ ହଜାର ଏବଂ ପରାଜିତ ଦଳକୁ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।




admin 