ଗଞ୍ଜାମରେ ‘ଟାମ୍ପରା ଲେକ୍ ଭ୍ୟୁ ପାର୍କ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଗଞ୍ଜାମରେ ‘ଟାମ୍ପରା ଲେକ୍ ଭ୍ୟୁ ପାର୍କ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଗଞ୍ଜାମରେ ‘ଟାମ୍ପରା ଲେକ୍ ଭ୍ୟୁ ପାର୍କ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର/ଛତ୍ରପୁର, – କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ଗଞ୍ଜାମ ଜିଲ୍ଲାର ଟାମ୍ପରା ହ୍ରଦକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଆଣାଯିବା ଲକ୍ଷ୍ୟରେ ଏହାକୁ ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ବିକଶିତ କରାଯାଇଛି ବୋଲି ଶୁକ୍ରବାର ‘ଟାମ୍ପରା ଲେକ୍ ଭ୍ୟୁ ପାର୍କ’ର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱଦେଶ ଦର୍ଶନ ଯୋଜନାରେ ଏହି ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଟାମ୍ପରା ହ୍ରଦର ପରିଚାଳନା ଦାୟିତ୍ୱ ନେଉଥିବାରୁ ଓଟିଡ଼ିସି ଏବଂ ବ୍ରହ୍ମପୁର ଉନ୍ନୟନ କର୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ପର୍ଯ୍ୟଟନ ସହ ଗଞ୍ଜାମ ଏବଂ ଓଡ଼ିଶାର ଆର୍ଥôକ ପ୍ରଗତିର ବଡ଼ ସମ୍ଭାବନା ଯୋଡ଼ି ହୋଇରହିଛି । ଏହି ମର୍ମରେ ଭାରତ ସରକାର ଏବଂ ରାଜ୍ୟ ସରକାର ତଥା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ବ୍ରହ୍ମପୁର ଉନ୍ନୟନ କର୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ବିକଶିତ କରାଯାଇଥିବା ଗଞ୍ଜାମ ଜିଲ୍ଲା ‘ତାମ୍ପରା ଲେକ୍ ଭ୍ୟୁ ପାର୍କ’ର ଉଦଘାଟନ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ଗୋପାଳପୁର, ବରକୁଲ, ସାତପଡା ଏବଂ ଟାମ୍ପରା ହ୍ରଦର ବିକାଶ ପାଇଁ ୭୩.୪୮ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କେବଳ ଟାମ୍ପରାର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ସ୍ୱଦେଶ ଯୋଜନାରେ ପ୍ରାୟ ୨୬ କୋଟି ୫୮ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏଥିପାଇଁ ୨.୬୭ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଟାମ୍ପରା ମଧୁର ଜଳ ହ୍ରଦ ସାରା ଦେଶ ଓ ସମ୍ପୂର୍ଣ୍ଣ ବିଶ୍ୱର ପ୍ରକୃତି ପ୍ରେମୀ ପର୍ଯ୍ୟଟକ ମାନଙ୍କର ଆକର୍ଷଣ କେନ୍ଦ୍ର ଭାବରେ ଗଢ଼ିତୋଳା ଯାଇପାରିବ । ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟର ଅମାପ ଗନ୍ତାଘର ଗଞ୍ଜାମ ଜିଲ୍ଲାରେ ଥିବା ବଡ଼ି, ପାମ୍ପଡ, ଆଚାର ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ପ୍ରଚାରପ୍ରସାର କରିବାର ଆବଶ୍ୟକତା ରହିଛି । ଗଞ୍ଜାମ ଜିଲ୍ଲାର ପରିଚୟ ବର୍ତମାନ ସମୟରେ କେବଳ ରାଜ୍ୟ ନୁହେଁ ବରଂ ଦେଶ ଓ ବିଶ୍ୱ ସ୍ତରରେ ପ୍ରତିଷ୍ଠିତ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ ମିଶନ’ରେ ଓଡିଶା ତଥା ଗଞ୍ଜାମ ଜିଲ୍ଲାର ବିକାଶ କାମକୁ ତ୍ୱରାନ୍ୱିତ କରିବା ପାଇଁ ଗୋପାଳପୁର ବନ୍ଦର ନିକଟରେ ଏକ ଏଲଏନଜି ଟର୍ମିନାଲ ନିର୍ମାଣ କରିବା ପାଇଁ ଭାରତ ସରକାର ଯୋଜନା କରିଛନ୍ତି । ଆଗାମୀ ଦିନରେ ଗୋପାଳପୁର ବନ୍ଦର ନିକଟରେ ଏଲଏନଜି ଟର୍ମିନାଲ ନିର୍ମାଣ ହେବା ଦ୍ୱାରା ଗ୍ୟାସ ଆଧାରିତ ଅର୍ଥନୀତି ବଢିବା ସହ ସ୍ଥାନୀୟ ଲୋକମାନେ ସ୍ୱଚ୍ଛ ଓ ଶସ୍ତା ଇନ୍ଧନ ପାଇପାରିବେ । ସେହିପରି ଦକ୍ଷିଣ ଓଡ଼ିଶାର ଆବଶ୍ୟକତାକୁ ଧ୍ୟାନରେ ରଖି ଆଗାମୀ ୨୫ ରୁ ୩୦ ବର୍ଷ ପାଇଁ ଅଶୋଧିତ ତୈଳର ସଂରକ୍ଷଣ ପାଇଁ ଗଞ୍ଜାମ ଜିଲ୍ଲାରେ ତୈଳ ଡିପୋ ତିଆରି କରିବାର ଯୋଜନା କରାଯାଉଛି । ଓଡ଼ିଶାର ଉପକୂଳ ଅଂଚଳରେ ଗ୍ୟାସ ପାଇପଲାଇନ ବିଛାଯିବାର କାମ ମଧ୍ୟ କ୍ରିୟାନ୍ୱୟନ ହେଉଛି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।