ଖୋର୍ଦ୍ଧାରେ କୁକୁଡା ମଡକ

ଖୋର୍ଦ୍ଧାରେ କୁକୁଡା ମଡକ

ଖୋର୍ଦ୍ଧାରେ କୁକୁଡା ମଡକ
ଭୁବନେଶ୍ୱର: ଖୋର୍ଦ୍ଧା ବେଗୁନିଆ ବଡବେରଣ ଗାଁର ଏକ ଫାର୍ମାରେ ସବୁ କୁକୁଡ ମରିପଡିଛନ୍ତି । ୩ ଦିନ ହେଲାଣି ଫାର୍ମରେ ଶହ ଶହ କୁକୁଡା ମରୁଛନ୍ତି । ଗତକାଲି ୬ ଶହରୁ ୭ ଶହ କୁକୁଡା ମରିଥିବା ସୂଚନା ମିଳିଛି । କୁକୁଡା ମଡକର କାରଣର କୌଣସି ସ୍ପଷ୍ଟ ସୂଚନା ନାହିଁ । ଘଟଣାସ୍ଥଳରେ କୌଣସି ପଶୁ ଡାକ୍ତର ପହଂଚି ନାହାନ୍ତି । ସେପଟେ ବାର୍ଡ ଫ୍ଲୁ ଭୟରେ କାଳେ ସରକାର ହଜାର ହଜାର କୁକୁଡାଙ୍କ ମାରିବାର ନିଷ୍ପତ୍ତି ନେବେ ସେ ଭୟରେ ଅନେକ ଜିଲ୍ଲାରେ ବେପାରୀମାନେ କମ ମୂଲ୍ୟରେ କୁକୁଡା ବିକ୍ରି କରିଦେଉଛନ୍ତି । ଅନେକ ରାଜ୍ୟରେ ବାଡର଼୍ ଫ୍ଲୁ ଭୂତାଣୁ ବି ଚିହ୍ନଟ ସରିଗଲାଣି । ଅପରପକ୍ଷରେ ଚିଲିକାର ପକ୍ଷୀ ସାମ୍ପଲ ଓ ଓୟୂଏଟି କୁକୁଡ଼ା ସାମ୍ପଲ ମଧ୍ୟ ପରୀକ୍ଷଣ ପାଇଁ ପଠାଯାଇଛି । ଏନେଇ ସ୍ପଷ୍ଟ ରିପୋର୍ଟ ଆସିପାରିନାହିଁ । ବିଶେଷକରି ବିଦେଶୀ ପକ୍ଷୀଙ୍କ ଯୋଗୁଁ ଦେଶର ଅନେକ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ସୃଷ୍ଟି ହୋଇଛି ।