ଖାଲି ୨୫, ୩୧ ଓ ୧ ତାରିଖ ପାଇଁ କଟକଣା

ଖାଲି ୨୫, ୩୧ ଓ ୧ ତାରିଖ ପାଇଁ କଟକଣା

ଖାଲି ୨୫, ୩୧ ଓ ୧ ତାରିଖ ପାଇଁ କଟକଣା


ଭୁବନେଶ୍ୱର: ଡିସେମ୍ବର ୨୫ରୁ ଜାନୁଆରୀ ୨ ଯାଏ ଜାରି ହୋଇଥିବା କଟକଣାରେ ପରିବର୍ତ୍ତନ କରାଯାଇଛି । କାଣ୍ଟଛାଣ୍ଟ କରିଛନ୍ତି ସରକାର । ନୂଆ ନିଦେ୍ର୍ଧଶନାମା ଜାରି କରିଛନ୍ତି । ଏଥିରେ କୁହାଯାଇଛି, କେବଳ ଖ୍ରୀଷ୍ଟମାସ ବା ବଡ଼ଦିନ (୨୫ ତାରିଖ), ୩୧ ତାରିଖ ଏବଂ ନୂଆବର୍ଷ (ଜାନୁଆରୀ) ୧ ତାରିଖ ପାଇଁ କଟକଣା ଲାଗୁ କରାଯାଇଛି । ଏହା ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । ଅର୍ଥାତ୍ ପୂର୍ବରୁ ଯେଉଁ ୯ ଦିନ ପାଇଁ କଟକଣା କରାଯାଇଥିଲା। ଏବେ ତାହା ତିନି ଦିନକୁ ହ୍ରାସ କରାଯାଇଛି। ଏହା ପୂର୍ବରୁ ଡିସେମ୍ବର ୨୫ରୁ ଜାନୁଆରୀ ୨ ଯାଏଁ କଟକଣା ନୋଟିସ ଥିଲା।

ନିରାଡମ୍ବର ଭାବେ କେବଳ ଚର୍ଚ୍ଚରେ ବଡ଼ ଦିନ ପାଳନକୁ ଅନୁମତି ମିଳିଛି । ଚର୍ଚ୍ଚରେ ୫୦ଜଣରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ । କୌଣସି ସ୍ଥାନରେ ଗହଳି ହେଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ନୂଆବର୍ଷ ପାଳନ ପାଇଁ ମଧ୍ୟ କଟକଣା ଲାଗିଛି । ଜିରୋ ନାଇଟ୍ ସେଲିବ୍ରେସନକୁ ମନା କରାଯାଇଛି । ହୋଟେଲ୍, କ୍ଲବ୍, ରେଷ୍ଟୁରାଣ୍ଟ, ପାର୍କ, କଲ୍ୟାଣମଣ୍ଡପରେ ନୂଆ ବର୍ଷ ପାଳନ ହେବ ନାହିଁ । ବିବାହ ବ୍ୟତୀତ ମଣ୍ଡପ ଗୁଡିକରେ ଅନ୍ୟ କୌଣସି ଉତ୍ସବ ପାଳନ ଉପରେ କଟକଣା ଲାଗିଛି। ଜାନୁଆରୀ ୨ ତାରିଖ ମଧ୍ୟରେ ସମସ୍ତ ପ୍ରକାର ରାଲି, ନାଚ, ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ କରିବାକୁ ସମ୍ପୂର୍ଣ୍ଣ ମନା କରାଯାଇଛି।

ବାହାଘର ବ୍ୟତୀତ ସମସ୍ତ ପ୍ରକାର ଉତ୍ସବ ଉପରେ ରୋକ୍ ଲଗାଯାଇଛି। କୋଭିଡ୍-୧୯ କଟକଣା ମଧ୍ୟରେ ଶେଷକୃତ୍ୟ ସଂପନ୍ନ କରିବାକୁ ଅନୁମତି ମିଳିଛି। ଯେପରି ଅଧିକ ଲୋକଙ୍କ ଭିଡ଼ ନଜମିବ ସେଥିପାଇଁ ଏହି ସବୁ କାର୍ୟ୍ୟକ୍ରମ ଗୁଡ଼ିକ ଉପରେ ସ୍ଥାନୀୟ ପ୍ରଶାସନର ନଜର ରହିବ।