ଖରା, ଗରମ ସତ୍ତ୍ବେ ଜମୁଛି ରଜ ସଂକ୍ରାନ୍ତି

ଖରା, ଗରମ ସତ୍ତ୍ବେ ଜମୁଛି ରଜ ସଂକ୍ରାନ୍ତି

ଖରା, ଗରମ ସତ୍ତ୍ବେ ଜମୁଛି ରଜ ସଂକ୍ରାନ୍ତି

ଭୁବନେଶ୍ୱର: ଗତକାଲି ସବୁଠି ପାଳିତ ହୋଇଥିଲା ପ୍ରଥମ ବା ପହିଲି ରଜ। ଆଜି ଗାଁଠାରୁ ସହର ପର୍ୟ୍ୟନ୍ତ ପାଳିତ ହେଉଛି ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି ବୋଲି କୁହାଯାଏ । ପହିଲି ରଜକୁ ମନଭରି ଉପଭୋଗ କରିବା ପରେ ଆଜି ବି ସମାନ ଭାବରେ ସଜବାଜ ହୋଇ ଦିନଟିକୁ ପାଳନ କରିଛନ୍ତି ସଭିଏଁ । ଏହି ଦିନ ରଜ ସହ ସଂକ୍ରାନ୍ତି ହୋଇଥିବା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି ।

ନୂଆ ପିନ୍ଧି ସଜବାଜ ହୋଇ ସଭିଏଁ ଭଗବାନଙ୍କୁ ଦର୍ଶନ କରିଛନ୍ତି । ଦୁଇବର୍ଷ ପରେ ପ୍ରଥମ ଦିନରେ ଜମିଥିଲା ରଜ ମଉଜ । ଗାଁଠୁ ନେଇ ସହର ସବୁଠି ପହିଲି ରଜକୁ ମନଭରି ପାଳିଥିଲେ ସଭିଏଁ । ଦୋଳି ଖେଳିବା ସହିତ ପୋଡପିଠା ଓ ରଜପାନର ମହକରେ ମହକି ଉଠିଥିଲା ଖଣ୍ଡମଣ୍ଡଳ । ରଜରେ କବାଡି, କୁଆଁରୀଙ୍କ ସଜବାଜ ଶୃଙ୍ଗାର ସହ ପରସ୍ପରକୁ ରଜ ଶୁଭେଚ୍ଛା ଜଣାଇ ସାଙ୍ଗସାଥୀ ମିଶି ଏକାଠୀ ହୋଇ ପାଳିଥିଲେ ପହିଲି ରଜ ।

ସେହି ପରି ଆଜି ଦ୍ବିତୀୟ ଦିନକୁ ବି ଧୁମଧାମରେ ପାଳୁଛନ୍ତି ସଭିଏଁ । ଆଜି ରଜ ସଂକ୍ରାନ୍ତି ହୋଇଥିବାରୁ ମନ୍ଦିର ଯାଇଁ ଭଗବାନଙ୍କୁ ଦର୍ଶନ ମଧ୍ୟ କରିଛନ୍ତି । ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ଦ୍ବିତୀୟ ଦିନ ।