ଆଜି ପୁଣି ଇଡିରେ ହାଜିର ହେବେ ରାହୁଲ

ଆଜି ପୁଣି ଇଡିରେ ହାଜିର ହେବେ ରାହୁଲ

ଆଜି ପୁଣି ଇଡିରେ ହାଜିର ହେବେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ପୁଣି ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଲଗାତର ୩ୟ ଦିନ ପାଇଁ ଇଡି କାର୍ୟ୍ୟାଳୟରେ ହାଜର ହେବାକୁ ରାହୁଲ ଗାନ୍ଧୀଙ୍କୁ ସମନ ହୋଇଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କୁ ଗତ ୨ ଦିନରେ ଅନେକ ପ୍ରଶ୍ନ କରିଛି ଇଡି । ହେଲେ ଇଡିର ପ୍ରଶ୍ନରେ ରାହୁଲ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିବା କୁହାଯାଉଛି ।

ଯାହାକୁ ନେଇ ବାରମ୍ୱାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ କରାଯାଉଥିବା ବେଳେ ରାହୁଲଙ୍କୁ ପଚରାଉଚରା କରାଯାଉଛି ।  ଗତ୨ଦିନ ହେଲା ରାହୁଲଙ୍କୁ ୧୯ ଘଣ୍ଟାରୁ ଅଧିକ ଜେରା ହୋଇଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ବିଭିନ୍ନ ଦିଗକୁ ନେଇ ରହୁଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁଡ଼ାଇତୁଡ଼ାଇ ଅନେକ ପ୍ରଶ୍ନ କରିଛି ।