ଖଣି ବିଭାଗକୁ ବାଚସ୍ପତିଙ୍କ ରୁଲିଂ

ଖଣି ବିଭାଗକୁ ବାଚସ୍ପତିଙ୍କ ରୁଲିଂ

ଖଣି ବିଭାଗକୁ ବାଚସ୍ପତିଙ୍କ ରୁଲିଂ
ଭୁବନେଶ୍ୱର: ବୁଧବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଖଣିବିଭାଗକୁ ରୁଲିଂ ଦେଇଛନ୍ତି । ଏମସିଏଲରେ ନିଯୁକ୍ତି ପ୍ରସଙ୍ଗରେ ଧ୍ୟାନ ଦେବାକୁ ବାଚସ୍ପତି ଏହି ରୁଲିଂ ଦେଇଛନ୍ତି । ପ୍ରକାଶ ଯେ, ଆଜି ବିଧାନସଭରେ ଏମସିଏଲରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରସଙ୍ଗ ଉଠିଥିଲା । ବିଜେଡି ବିଧାୟକ କିଶୋର ମହାନ୍ତି ଓ ବ୍ରଜ ପ୍ରଧାନ ଏହି ପ୍ରସଙ୍ଗ ଉଠାଇଥିଲେ । ନିଯୁକ୍ତିବେଳେ ସ୍ଥାନୀୟ ପିଲାମାନଙ୍କୁ ସୁଯୋଗ ଦିଆଯାଉନଥିବା ସେମାନେ ଅଭିଯୋଗ କରିଥିଲେ । ତେବେ ଏହି ସମସ୍ୟା ପ୍ରତି ଧ୍ୟାନ ଦେବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଖଣି ବିଭାଗକୁ ରୁଲିଂ ଦେଇଛନ୍ତି ।