ଖଇରି, ଭଣ୍ଡନ, ଦେଓନଦୀ ଓ ବୁଢାବଳଙ୍ଗରେ ଜଳସ୍ତର ବୃଦ୍ଧି
ଖଇରି, ଭଣ୍ଡନ, ଦେଓନଦୀ ଓ ବୁଢାବଳଙ୍ଗରେ ଜଳସ୍ତର ବୃଦ୍ଧି
admin
May 27, 2021 - 06:08
Updated: May 27, 2021 - 06:08
ଭୁବନେଶ୍ୱର : ବାତ୍ୟା ‘ୟାସ’ ପ୍ରଭାବରେ ରାଜ୍ୟର ଅନେକ ଅଂଚଳରେ ପ୍ରବଳ ବର୍ଷା ହୋଇଛି । ବିଶେଷକରି ଶିମିଳପାଳ ଆଭ୍ୟନ୍ତରୀଣ ଅଂଚଳରେ ରେକର୍ଡ ପରିମାଣର ବର୍ଷା ହୋଇଛି । ଫଳରେ ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଭଞ୍ଜବସାରେ ୩୮୨ ମିମି, ରାମତୀର୍ଥରେ ୩୫୭ ମିମି, ବରେହିପାଣିରେ ୩୩୧ ମିମି, କବାଟ ଘାଇରେ ୩୦୬ ମିିମି, ନଅଣାରେ ୨୭୮ ମିମି ବର୍ଷା ହୋଇଛି । ଏହି ସବୁ ଅଂଚଳରେ ରେକଡର଼୍ ପରିମାଣର ବର୍ଷା ହୋଇଥିବାନେଇ ଶିମିଳିପାଳ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଫଳରେ ଶିମିଳିପାଳରୁ ବାହାରିଥିବା ନଦୀରେ ବନ୍ୟା ସ୍ଥିତି ସୃଷ୍ଟିହୋଇଛି ।
ଖଇରି, ଭଣ୍ଡନ, ଦେଓନଦୀ ଓ ବୁଢାବଳଙ୍ଗରେ ଜଳସ୍ତର ବୃଦ୍ଧି ପାଇଛି । ନଦୀକୂଳିଆ ଅଂଚଳକୁ ଗତକାଲି ଠାରୁ ସ୍ଥାନାନ୍ତର କରାଯାଇଥିବାବେଳେ ରିଲିଫର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।
ଆଜି ଅପରାହ୍ନରେ ଆକାଶମାର୍ଗରୁ ଏରିୟଲ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ବାତ୍ୟା କ୍ଷୟକ୍ଷତି ଆକଳନ କରିବେ । କ୍ଷୟକ୍ଷତି ଆକଳନ ପରେ ଏନେଇ ସମୀକ୍ଷା ହେବା ସହ କିଛି ଘୋଷଣା ହେବବୋଲି ଅନୁମାନ କରାଯାଉଛି ।
ବାତ୍ୟା ୟସ ପ୍ରଭାବରେ ଉତର ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ହୋଇଛି । କେତେକ ନଦୀରେ ବନ୍ୟା ସ୍ଥିତି ବି ସୃଷ୍ଟିହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏସଂକ୍ରାନ୍ତରେ ସମୀକ୍ଷା କରିବା ସହ ରିଲିଫ ଘୋଷଣା କରିଥିଲେ ।