କ୍ୱାରେଣ୍ଟାଇନରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପୂରା କ୍ୟାବିନେଟ

କ୍ୱାରେଣ୍ଟାଇନରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପୂରା କ୍ୟାବିନେଟ

କ୍ୱାରେଣ୍ଟାଇନରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପୂରା କ୍ୟାବିନେଟ
ଉତ୍ତରାଖଣ୍ଡର କ୍ୟାବିନେଟ ମନ୍ତ୍ରୀ ସତପାଲ ମହାରାଜ କରୋନା ପଜିଟିଭ ଚିହ୍ନଟ ପରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓତଙ୍କ ସମେତ ତାଙ୍କର କ୍ୟାବିନେଟ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । କାରଣ ଗୋଟିଏ ଦିନ ପୂର୍ବରୁ ସତପାଲ ମହାରାଜ କ୍ୟାବିନେଟ ବୈଠକରେ ସାମିଲ ଥିଲେ । ସୂଚନାଯୋଗ୍ୟ ଦିନକ ପୂର୍ବରୁ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ଅମୃତା ରାୱତଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । ସତପାଲ ମହାରାଜଙ୍କ ଘରେ କାମ କରୁଥିବା ୧୭ ଜଣଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ ଆସିଛି । ସତପାଲ ମହାରାଜ କ୍ୟାବିନେଟରେ ସାମିଲ ହେବା ପରେ ଅନ୍ୟ ନେତାମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ଶନିବାର ସନ୍ଧ୍ୟାରେ ଅମୃତା ରାୱତଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିଲା । ଏକ ଘରୋଇ ପରୀକ୍ଷାଗାରରେ ତାଙ୍କର ନମୁନା ପରୀକ୍ଷା ହୋଇଥିଲା । ଅମୃତାଙ୍କ ଓଏଡି ଅଭିଷେକ ଶର୍ମା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ତାଙ୍କୁ ଋଷିକେଶସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି ।